ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ଆଶଙ୍କା, ଆର୍ ଭ୍ୟାଲୁ ୧.୦କୁ ଅତିକ୍ରମ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଦେଶରେ ଆର ଭ୍ୟାଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଦେଶର ଆର ଭ୍ୟାଲୁ ବା ରିପ୍ରଡକ୍ଟିଭ ରେଟ୍‌ ବର୍ତ୍ତମାନ ୧% ଉପକୁ ଚାଲିଗଲା। ତେଣୁ ଚଳିତ ମାସରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଛି। ଗତ ମାସରେ ଦେଶର ଆର ଭ୍ୟାଲୁ ୧.୦କୁ ଅତିକ୍ରମ କରି ସାରିଛି। ଦ୍ୱିତୀୟ ୱେଭ ପୂର୍ବରୁ ମାର୍ଚ୍ଚ ମାସରେ ଦେଶର ଆର ଭ୍ୟାଲୁ ୧.୩୨ ରହିଥିଲା। ତେଣୁ ଏବେ ଏହା ୧କୁ ଅତିକ୍ରମ କରିବାରୁ ତୃତୀୟ ଲହରର ଆଶଙ୍କା ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ଦୈନିକ ସଂକ୍ରମଣ ଯେତେ କମ ଥିଲେ ମଧ୍ୟ ଯଦି ଆର ଭ୍ୟାଲୁ ୧.୦ ଉପରେ ରହୁଛି, ତା’ହେଲେ ଏହା ଚିନ୍ତାର ବିଷୟ। କେରଳରେ କ୍ରମାଗତ ଭାବେ ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଆର ଭ୍ୟାଲୁ ୧.୧ ଥିବା ପୂର୍ବରୁ ଜଣାପଡ଼ିଥିଲା। ଗତ ସପ୍ତାହରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୧.୫୧% ଆକ୍ରାନ୍ତ ରହିଛନ୍ତି।  କେରଳ, ତାମିଲନାଡୁ ଓ ହିମାଚଳ ପ୍ରଦେଶର ଏକାଧିକ ଜିଲ୍ଲାରେ ସଂକ୍ରମଣ ଉପର ମୁହାଁ ହୋଇଛି। ଦେଶର ୩୭ଟି ଜିଲ୍ଲାରେ ସଂକ୍ରମହାର ଗତ ଦୁଇ ସପ୍ତାହ ହେଲା ବଢ଼ୁଛି। ଦେଶର ୧୧ଟି ରାଜ୍ୟର ୩୭ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ