ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ

ନୂଆ ଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୩୦ ଲକ୍ଷ (୨୯,୭୦,୪୯୨)ରେ ପହଞ୍ଚିଛି ।
ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି । ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି । ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି । ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ ପ୍ରତିଶତରେ ରହିଛି ।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ