ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ
ନୂଆ ଦିଲ୍ଲୀ:ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି । କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସରେ ଭାରତ ଦିନକୁ ୧୦ ଲକ୍ଷ ପରୀକ୍ଷଣକୁ ଛୁଇଁବାରେ ସମର୍ଥ ହୋଇଛି । ଗତ ୭ ଦିନର ହାରାହାରି ପରିକ୍ଷଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ରଣନୀତି ବେଶ ସଫଳ ପ୍ରମାଣିତ ହୋଇଛି । ଆଜିସୁଦ୍ଧା ହୋଇଥିବା ମୋଟ ପରୀକ୍ଷଣ ୩,୭୬,୫୧,୫୧୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮,୨୩,୯୯୨ ପରୀକ୍ଷା କରାଯାଇଥିଲା । ସଅଳ ଚିହ୍ନଟ ଯୋଗୁଁ ଏହି ସଂଖ୍ୟକ ପରୀକ୍ଷା ସମ୍ଭବ ହୋଇପାରିଛି । ଶୀଘ୍ର ରୋଗ ନିରୂପଣ ଯୋଗୁଁ ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ହସ୍ପିଟାଲରେ ଭର୍ତ୍ତି କରାଯାଇପାରୁଛି । ଏହାଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ରୋଗନିରୂପଣକାରୀ ପରୀକ୍ଷାଗାରର ବୃଦ୍ଧି ଯୋଗୁଁ ବ୍ୟାପକ ପରୀକ୍ଷା ସମ୍ଭବ ହୋଇପାରିଛି । ସେଦୃଷ୍ଟିରୁ ସଫଳତାର ଫଳ ସ୍ୱରୂପ ଏକ ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ ୨୭,୨୮୪କୁ ବୃଦ୍ଧି ପାଇଛି । ଏହି ଧାରା ଅବ୍ୟାହତ ରହିଛି ।
ପରୀକ୍ଷାଗାରଗୁଡିକର ସଂପ୍ରସାରଣ ଯୋଗୁଁ ଦେଶରେ ପରୀକ୍ଷା ସୁବିଧା ଅଧିକ ସହଜ ହୋଇଛି । ୯୯୨ଟି ସରକାରୀ ଓ ୫୪୮ଟି ଘରୋଇ ପରୀକ୍ଷାଗାର ସମେତ ମୋଟ ୧୫୪୦ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।