ଦେଶରେ ପୁଣି ଥରେ ବଢ଼ୁଛି କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା, ଟିକା ନେବା ପରେ ବି ସଂକ୍ରମିତ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଦେଶରେ ପୁଣି ଥରେ ବଢ଼ୁଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୪୦,୧୨୦ ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୨୧,୧୭,୮୨୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ସଂକ୍ରମିତଙ୍କ ସୁସ୍ଥ ହେବା ହାର ୯୭.୪୬ ପ୍ରତିଶତରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୫୮୫ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି ଏବଂ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟା ୪,୩୦,୨୫୪ ହୋଇଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଲଗାତାର କମୁଛି। ଆଜି ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୮୫,୨୨୭ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୨୦%। ଦେଶରେ ପଜିଟିଭିଟି ରେଟ୍‌ ୨.୦୪ ରହିଥିବା ବେଳେ ବିଗତ ୨୦ ଦିନ ଧରି ଏହା ୩ ପ୍ରତିଶତରୁ କମ୍‌ ରହିଛି । କେରଳରେ ସଂକ୍ରମଣ ମାମଲା ସର୍ବାଧିକ ଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୨୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩୧ ଜୁଲାଇ ପରେ ପ୍ରଥମ ଥର ପାଇଁ ମୃତକଙ୍କ ସଂଖ୍ୟା ୨୦୦ ଟପି ଯାଇଛି । କେରଳରେ ପଜିଟିଭିଟି ରେଟ୍‌ ୧୪ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ଆଜି ୨୧ ହଜାର ୪୪୫ ନୂଆ ମାମଲା ସାମ୍ନାକୁ ଆସିବା ସହ ରାଜ୍ୟରେ ସଂକ୍ରମିତଙ୍କ ମୋଟ୍‌ ସଂଖ୍ୟା ୩୬,୩୧,୬୩୮ରେ ପହଞ୍ଚିଛନ୍ତି। କେରଳରେ ସଂକ୍ରମଣ ହାର ଆଜି ୧୪.୭୩ ପ୍ରତିଶତ ରହିଛି । ରାଜ୍ୟର ୯ଟି ଜିଲ୍ଲାରେ ୨ଟି ଡୋଜ୍‌ କୋଭିଡ୍‌ ଟିକା ନେଇସାରିଥିବା ଅନେକ ଲୋକ ପୁଣି ସଂକ୍ରମିତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ