ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସାରା ଭାରତରେ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଦେଶରେ ଲକ୍‌ ଡାଉନ୍ ସତ୍ତ୍ଵେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଗତ ୨୪ ଘଣ୍ଟାରେ ଦେଶରେ ୪୯୭୦ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ ୧୩୪ ଜଣ ପ୍ରାଣ ହରାଇଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୧ ହଜାର ୨୬୧ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତରେ ୩୧୬୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩୯,୨୩୩ ଜଣ ସୁସ୍ଥ ହୋଇଛନ୍ତି।
ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩୫ ହଜାର ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୪୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ ୧୧ ହଜାର ୭୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ ୧୧ ହଜାର ୭୪୬ ସଂକ୍ରମିତ ଓ ୬୯୪ ମୃତ, ଦିଲ୍ଲୀରେ ୧୦ ହଜାର ୫୪ ଆକ୍ରାନ୍ତ ହୋଇଥିବାବେଳେ ୧୬୦ ମୃତ । ରାଜସ୍ଥାନରେ ୧୩୮ ଜଣ ମୃତବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି ୫୫୦୭। ମଧ୍ୟପ୍ରଦେଶରେ ୫୨୩୬ ଜଣ ସଂକ୍ରମିତ ହୋଇଥିବାବେଳେ ୨୫୨ ଜଣ ମୃତ୍ୟୁବରଣ କରିଛନ୍ତି । ଉତ୍ତରପ୍ରଦେଶରେ ୪୬୦୫ ଆକ୍ରାନ୍ତ ରହିଥିବାବେଳେ ୧୧୮ ମୃତ, ପଶ୍ଚିମବଙ୍ଗରେ ୨୮୨୫ ଆକ୍ରାନ୍ତ ଓ ୨୪୪ ମୃତ, ଆନ୍ଧ୍ରପ୍ରଦେଶରେ ୨୪୩୨ ସଂକ୍ରମିତ ହୋଇଥିବାବେଳେ ୫୦ ଜଣଙ୍କ ମୃତ ହୋଇଛି ପଞ୍ଜାବରେ ୧୯୮୦ ଜଣ ସଂକ୍ରମିତ ହୋଇଥିବାବେଳେ ୩୭ ଜଣ ପ୍ରାଣ ହାରିଛନ୍ତି ।
ସେହିପରି ତେଲେଙ୍ଗାନାରେ ୧୫୯୨ ସଂକ୍ରମିତ ଓ ୩୪ ମୃତ, ବିହାରରେ ୧୪୨୩ ଆକ୍ରାନ୍ତ ଓ ୯ ମୃତ, ଜାମ୍ମୁ-କାଶ୍ମୀରରେ ୧୨୮୯ ଆକ୍ରାନ୍ତ ଓ ୧୫ ମୃତ, କର୍ଣ୍ଣାଟକରେ ୧୨୪୬ ସଂକ୍ରମିତ ହୋଇଥିବାବେଳେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ହରିୟାଣାରେ ୯୨୮ ଜଣ ଆକ୍ରାନ୍ତ ରହିଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡ଼ିଶାରେ ୮୭୬ ଜଣ ଆକ୍ରାନ୍ତ ଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧ ରହିଛି । ଆସାମରେ ୧୧୬ ଜଣ ଆକ୍ରାନ୍ତ ରହିଥିବାବେଳେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଝାଡଖଣ୍ଡ ଓ ଚଣ୍ଡୀଗଡରେ ତିନି ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ଏହି ଦୁଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୨୨୮ ଓ ୧୯୬ ରହିଛି । ହିମାଚଳ ପ୍ରଦେଶରେ ୯୦ ଜଣ ଆକ୍ରାନ୍ତ ରହିଥିବାବେଳେ ଜଣକର ତିନି ଜଣଙ୍କର ମୃତ୍ୟୁ ହୋଇଛି । ମେଘାଳୟରେ ୧୩ ଜଣ ଆକ୍ରାନ୍ତ ଥିବାବେଳେ ଜଣକର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ