ଦେଶରେ ଲଗାତାର ଦୁଇ ଦିନ ଧରି ୮୨ ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆ ଦିଲ୍ଲୀ:ଲଗାତାର ଦୁଇ ଦିନ ଧରି ଦେଶରେ ଆରୋଗ୍ୟ ହାର ଅତି ଉଚ୍ଚରେ ରହିଛି। ବିଗତ ଦୁଇ ଦିନ ମଧ୍ୟରେ ୮୨ ହଜାରରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ ଲାଭ କରି ଛାଡ଼ ପାଇଛନ୍ତି।
ବିଗତ ୨୪ ଘଣ୍ଟା ମଧ୍ୟରେ ୮୨,୯୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଦେଶରେ ଆରୋଗ୍ୟ ହାର ଲଗାତାର ଉପର ମୁହାଁ ହୋଇଛି। ଆଜି ଏହା ୭୮.୬୪% ପ୍ରତିଶତ ଥିବା ରେକର୍ଡ କରାଯାଇଛି।ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ (୪୦,୨୫,୦୭୯) ରୋଗୀ ସୁସ୍ଥ ହୋଇସାରିଲେଣି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ୩୦ ଲକ୍ଷରୁ ଅଧିକ (୩୦,୧୫,୧୦୩)କୁ ଟପିଯାଇଛି ଯାହାକି ୪ ଗୁଣ ଅଧିକ। ଅଧିକ ଉଚ୍ଚ ହାରରେ ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ବିଗତ ୩୦ ଦିନ ତୁଳନାରେ ଶତପ୍ରତିଶତ ବୃଦ୍ଧି ପାଇଛି।ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟାର ଏକ ପଞ୍ଚମାଂଶ (୨୧.୨୨%) ମହାରାଷ୍ଟ୍ର (୧୭,୫୫୯)ରେ ରହିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ (୧୦,୮୪୫), କର୍ଣ୍ଣାଟକ (୬୫୮୦), ଉତ୍ତର ପ୍ରଦେଶ (୬୪୭୬) ଏବଂ ତାମିଲନାଡ଼ୁ (୫୭୬୮)ର ଯୋଗଦାନ ନୂଆ ଆରୋଗ୍ୟଙ୍କ ମଧ୍ୟରେ ୩୫.୮୭% ରହିଛି।ମୋଟ ନୂଆ ଆରୋଗ୍ୟଙ୍କ ମଧ୍ୟରୁ କେବଳ ଏସବୁ ରାଜ୍ୟରେ ୫୭.୧% ଆରୋଗ୍ୟ ରହିଛନ୍ତି।ଆଜି ସୁଦ୍ଧା ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ (୧୦,୦୯,୯୭୬) ଟପିଯାଇଛି।ପାଖାପାଖି ଅଧା (୪୮.୪୫%) ସକ୍ରିୟ ସଂକ୍ରମିତ ତିନୋଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ରହିଛନ୍ତି। ଏହି ତିନୋଟି ରାଜ୍ୟ ସମେତ ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁକୁ ମିଶାଇ ୫ଟି ରାଜ୍ୟରେ ମୋଟ ସକ୍ରିୟ ମାମଲାର ୬୦% ରୋଗୀ ରହିଛନ୍ତି।ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତ। ୪୭୪ ଜଣ ନୂଆ ମୃତକଙ୍କ ସହିତ ମହାରାଷ୍ଟ୍ରରେ ୪୦% ମୃତକ ରହିଛନ୍ତି। ଏହାପଛକୁ ଉତ୍ତରପ୍ରଦେଶ (୮୬), ପଞ୍ଜାବ (୭୮), ଆନ୍ଧ୍ରପ୍ରଦେଶ (୬୪), ପଶ୍ଚିମବଙ୍ଗ (୬୧) ବିଗତ ୨୪ ଘଣ୍ଟା ମଧ୍ୟରେ ୨୫.୫% ରୋଗୀ ପ୍ରାଣ ହରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ