ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ଛତ୍ରପୁର ବ୍ଲକକୁ ପୁରସ୍କୃତ କଲେ ରାଷ୍ଟପତି ଦ୍ରୌପଦୀ ମୁର୍ମୁ

ଛତ୍ରପୁର,(ୱାଇଏନଏସ): କେନ୍ଦ୍ର ପଚାଂୟତରାଜ ମନ୍ତ୍ରଣଲୟା ପକ୍ଷରୁ ଦିଲ୍ଲିର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଚାଂୟତ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗଦେଇ ୪୫ଟି ପଚାଂୟତ ରାଜ ସଂସ୍ଥାକୁ ଜାତୀୟ ପଚାଂୟତ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ନାନାଜି ଦେଶମୁଖ ସର୍ବୋତ୍ତମ ପଚାଂୟତ ସତତ ବିକାଶ ଭାବେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛନ୍ତି । ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ୭ଟି ବର୍ଗରେ ଓଡିଶାକୁ ଜାତୀୟ ପୁରସ୍କାର ମିଳୁଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମର ତିନୋଟି ରହିଛି । ଦେଶର ଶ୍ରେଷ୍ଠ ବ୍ଲକ ଛତ୍ରପୁର ବିବେଚିତ ହେବାସହ ୨କୋଟି ଟଙ୍କା ଅର୍ଥ ରାଶି ପାଇବେ । ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଚାଂୟତ ସୁସ୍ଥ ପଚାଂୟତ ଭାବେ ଦୀନଦୟାଲ ଉପାଧ୍ୟୟ ପଚାଂୟତ ସତତ ବିକାଶ ଭାବେ ଦ୍ୱିତୀୟ ସ୍ଥାନ ରହି ପୁରସ୍କୃତ ହୋଇଛନ୍ତି ତାଙ୍କୁ ୭୫ ଲକ୍ଷ ମିଳିବ ,ସେହିପରି ଆତ୍ମ ନିର୍ଭରଶୀଳ ଭିତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବ୍ଲକର ସାହାପୁର ପଚାଂୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି, ତାଙ୍କୁ ମଧ୍ୟ ୭୫ ଲକ୍ଷ ମିଳିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମାନଙ୍କୁ ପୁରସ୍କୃତ କରିଛନ୍ତି । ପୁରସ୍କାର ଗ୍ରହଣ ବେଳେ ସମାରୋହ ରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଙ୍କ ସହିତ ଗଞ୍ଜାମ ଜିଲ୍ଲାପରିଷଦ ର ପ୍ରୋଗ୍ରାମ ମ୍ୟାନଜର (ଟ୍ରେନିଂ )ବାଣୀ ସୁକାନ୍ତଵେବର୍ତ୍ତା ପଟ୍ଟନାୟକ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ ଓ ପିଇଓ ଦଣ୍ଡପାଣି ପ୍ରଧାନ ଙ୍କ ଅନ୍ୟାନ୍ୟ ସରପଂଚ ମାନେ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲାର ସମସ୍ତ ପଚାଂୟତ ଓ ବ୍ଲକ ଆଗାମି ଦିନରେ ଆହୁରି ଉନ୍ନତରୁ ଉନ୍ନତ କାମ କରିବ ,ଏହି ଶ୍ରେୟ ଗଞ୍ଜାମ ବାସୀ ଓ ସମସ୍ତ ଜନପ୍ରତିନିଧି, କର୍ମଚାରୀ ସେମାନଙ୍କ ଶ୍ରେୟ ପାଇଁ ଜିଲା ଆଜି ୩ଟି ପୁରସ୍କୃତ ହୋଇପାରିଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଥିଲେ । ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ମଧ୍ୟ ଏହି ଶ୍ରେୟ ବ୍ଲକର ସମସ୍ତ ପଚାଂୟତର ଜନପ୍ରତିନିଧି ଓ କର୍ମଚାରୀ ଙ୍କ ପ୍ରୟାସ ପାଇଁ ଆଜି ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ହୋଇପାରିଛି ବୋଲି କହିଥିଲେ । ଜାତୀୟ ପଂଚାୟତପୁରସ୍କାର ୨୦୨୪ ରେ ଦୀନଦୟାଲ ଉପାଧ୍ୟାୟ ପଂଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୂଖ ସର୍ବୋତ୍ତମ ପଂଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଂଚାୟତ ପୁରସ୍କାର, ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଂଚାୟତ ପୁରସ୍କାର ଏବଂ ପଂଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର ଆଦି ବର୍ଗ ଅନ୍ତଭୁକ୍ତ | ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତିକରଣ ପ୍ରମୁଖ କ୍ଷେତ୍ରରେ ସଫଳତା ଉଦ୍ଦେଶ୍ୟରେ ଦିଆଯାଇଥାଏ।ସୂଚନାଯୋଗ୍ୟ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ୧ ଲକ୍ଷ ୯୪ ହଜାର ଗ୍ରାମ ପଞ୍ଚାୟତ ଅଂଶଗ୍ରହଣ କରିଥିଲେ। ଏହି ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା (ଆରଏଲବି) ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନାକୁ ପ୍ରୋତ୍ସାହିତ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ