ଦେଶରେ ୨୦,୯୧୭ ଜଣ କୋଭିଡ-୧୯ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି

ନୂଆଦିଲ୍ଲୀ : ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୨୧୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ଚିକିତ୍ସା ପେସାଦାରଙ୍କ କାର‌୍ୟ୍ୟକୁ ପ୍ରଶଂସା କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି ଯେ କୋଭିଡ-୧୯ ମୁକାବିଲାରେ ଦେଶର ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ଧୈର‌୍ୟ୍ୟର ପ୍ରଦର୍ଶନ କରିଛନ୍ତି ତା’କୁ ନେଇ ଦେଶ ସେମାନଙ୍କ ଉପରେ ଗର୍ବିତ। ବିଶେଷ କରି ଗତ ୩ ମାସରେ ସେମାନେ ଅତୁଳନୀୟ ସେବାର ପ୍ରଦର୍ଶନ କରିଛନ୍ତି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବାଛବିଚାର କରାଯିବା ଅନୁଚିତ କିମ୍ବା ସେମାନଙ୍କୁ ଟାର୍ଗେଟ କରାଯିବା ଉଚିତ ନୁହେଁ; ବରଂ ସେମାନଙ୍କ କାର‌୍ୟ୍ୟକୁ ସର୍ବସାଧାରଣରେ ପ୍ରଶଂସା କରାଯିବା ଉଚିତ। ସେ କହିଥିଲେ ଯେ କୋଭିଡ-୧୯ ବିରୋଧରେ ଲଢ଼େଇ ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ସମ୍ମାନ, ସହଯୋଗ ଏବଂ ସହାୟତା ପାଇବାର ହକଦାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ