ଦେଶରେ ୨୪ ଘଣ୍ଟାରେ ୨,୩୪,୬୯୨ ଆକ୍ରାନ୍ତ, ୧,୩୧୪ ମୃତ

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ଦେଶରେ ଆଜି ପୁଣି ଦୁଇ ଲକ୍ଷ ପାର କରିଛି କରୋନା ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୨,୩୪,୬୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ସଂକ୍ରମଣ ଆରମ୍ଭ ପର ଠାରୁ ଏହା ଏପର୍ଯ୍ୟନ୍ତ ସର୍ବାଧିକ । ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ଦେଶରେ କରୋନା ସଂକ୍ରମଣ ଦୁଇ ଲକ୍ଷ ପାର କରିଛି। ସେହିପରି ୨୪ ଘଣ୍ଟାରେ ୧,୩୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ନୂଆ ମାମଲା ମଧ୍ୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼ ଓ କର୍ଣ୍ଣାଟକରେ ସର୍ବାଧିକ ମାମଲା ରେକର୍ଡ କରାଯାଇଛି। ଦେଶରେ ମୋଟ ଆକ୍ରାନ୍ତର ୫୯.୭୯ ପ୍ରତିଶତ ମାମଲା ଏହି ୫ ରାଜ୍ୟରୁ ହିଁ ଚିହ୍ନଟ କରାଯାଇଛି। ସେହିଭଳି କେବଳ ମହାରାଷ୍ଟ୍ରରୁ ୨୭ .୧୫ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୩,୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୨୭,୩୬୦ ଓ ଦିଲ୍ଲୀରେ ୧୯,୪୮୬ ମାମଲା ରେକର୍ଡ ହୋଇଛି। ସେହିଭଲି ଛତିଶଗଡ଼ରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି। ଏଠାରେ ୨୪ ଘଣ୍ଟାରେ ୧୪,୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକାରେ ୧୪,୮୫୯ ଆକ୍ରାନ୍ତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ମାମଲା ୧,୪୫,୨୬,୬୦୯ ହୋଇଥିବା ବେଳେ ମୋଟ ୧,୨୬,୭୧, ୨୨୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୋଟ ୧୬,୭୯,୭୪୦ ଟି ମାମଲା ସକ୍ରିୟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୭୫,୬୪୯ ହୋଇଛି। ମୋଟ ୧୧,୯୯,୩୭,୬୧୪ ଜଣଙ୍କୁ ଟିକା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ