ଦେଶର ଅମୃତ କାଳରେ ବାଘନଖି ଗାଁରେ ବିଷ ପାଣି ବିଶ୍ବ ଜଳ ଦିବସରେ ସ୍ବିଗାଁରେ ଜଳ କଷ୍ଟ ଯାଇନି
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ତତ୍କାଳୀନ ବିଜେଡି ଶାସନରେ ବହପ, ବିଶୁଦ୍ଧ ପାନୀୟ ଜଳ, ସ୍ବପ୍ନ। ଆଦିବାସୀ ଉନ୍ନୟନ ସଂସ୍ଥା ମିଛ, ଜଳଯୋଗାଣ ମିଛ, କାଗଜ କଲମର ବିକାଶ ଗ୍ରାମ ଜଳଯୋଗାଣର ବାସ୍ତବତା ବଖାଣୁଛି କେତେ ସତ କେତେ ମିଛ। ଏ ଚିତ୍ର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ପଞ୍ଚାୟତର ବାଘନଖି ଗାଁର ଆସନ୍ତୁ ଦେଖିବା ବିଶ୍ବ ଜଳ ଦିବସରେ ଜଳ ପାଇଁ ହାହାକାର ୨୫ ପରିବାର ,ଗୋଟିଏ ଅସଜଡା ନଳକୂପ ଓ ଓଭର ହେଡ଼ ଟାଙ୍କି ହେଲେ ପାଣି ଆଉ ବାହାରୁ ନାହିଁ। ଠିକ୍ ସେତିକି ବେଳେ ଏକମାତ୍ର ଭରଷା ସାଜେ ଜଙ୍ଗଲିଆ ଝରଣା ପାଣି, ପୁର୍ବ ସରକାର କହୁଥିଲେ ପ୍ରତ୍ୟେକ ଗାଁ ମାଁ ଙ୍କ ପାଖରେ ବିଶୁଦ୍ଧ ପାଣି ପହଞ୍ଚିଛି। ହେଲେ ଗ୍ରାଉଣ୍ଡରେ ଆମ ପ୍ରତିନିଧି ପହଞ୍ଚି ଚିତ୍ର ଆପଣଙ୍କ ସାମାନାରେ ହଁ ଇଏ ହେଉଛି ସେହି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ପଞ୍ଚାୟତର ବାଘନଖି ଗାଁ। ଗାଁ ଚିତ୍ର ପରିବେଶ ପାହାଡ ମଝିରେ ସୁନ୍ଦର୍ ସମାହିତ୍ , ଠିକ୍ ସେମିତି ପୁର୍ବ ସରକାରର ବିକାଶ ପ୍ରତାରଣା ମଧ୍ୟ ସମାହିତ। ଦେଖୁ ନାହାନ୍ତି କେମିତି ନାଳ ପାଣି ସଂଗ୍ରହ କରୁଛନ୍ତି। ଏମାନେ ମଧ୍ୟ ଜାଣିଛନ୍ତି ନାଳ ପାଣି ରେ ଦେହ ଖରାପ ହୁଏ ,ହଇଜା ଡାଇରିଆ ହୁଏ। ତଥାପି ଗ୍ରୀଷ୍ମ ଆଉ ଶୋଷ ବିକଳ, ନଳକୂପ ଟିଏ ଅଛି ହେଲେ ପାଣି ବାହାରୁ ନାହିଁ। କଷ୍ଟେ ବୁନ୍ଦାଏ ଜଳ କ’ଣ ତୃଷା ମେଣ୍ଟିବ।ଆଜି ବିଶ୍ୱ ଜଳ ଦିବସ ,ଜଳ ସଂରକ୍ଷଣ ର କଥା ପଡିଛି,କିନ୍ତୁ ଦୁର୍ଗମରେ ନାଳ ପାଣି ଶୋଷ ମେଣ୍ଟlଉଛି। ଆଦିବାସୀ ଉନ୍ନୟନ ସଂସ୍ଥା ରୁ ଆଦିବାସୀ ଙ୍କ ପାଇଁ କୋଟି କୋଟି ଅର୍ଥ ଆସୁଛି ହେଲେ କାହିଁକି ବାଘନଖି ଗାଁ କୁ ପହଞ୍ଚି ପାରୁନାହିଁ।ପାଣି ବୁନ୍ଦାଏ ଯୋଗାଇବାକୁ ପୁର୍ବ ସରକାର ଫେଲ୍ ..ନୁଆ ସରକାର ଅନ୍ତତଃ ବାଘନଖି ର ବିକାଶ ପରଖି , ଶୋଷ ଭୋକ ର ମଣିଷ ଙ୍କ ଦୁଃଖ ବୁଝନ୍ତୁ।
ପାଣି ସଂଘର୍ଷ ର ଚିତ୍ର ସାମାନା ରେ ରଖିଛୁ , ଜିଲ୍ଲା ପ୍ରଶାସନ ଆଉ ଜଳଯୋଗାଣ ବିଭାଗ ଏଥିପ୍ରତି କେତେ ଦୃଷ୍ଟି ଦେବେ।