ଦେଶର ଟପ-୧୦ ଥାନା ତାଲିକା ପ୍ରକାଶ, ଓଡ଼ିଶାର ନାଁ ନାହିଁ

ନୂଆଦିଲ୍ଲୀ: ଇତିମଧ୍ୟରେ ଦେଶର ଟପ୍‌ ୧୦ଟି ଥାନାର ନାଁ ପ୍ରକାଶ ପାଇଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଏଥିରେ ଓଡ଼ିଶାର କୌଣସି ଥାନାର ନାଁ ନାହିଁ। ଏଥିରୁ ବୁଝାପଡ଼ୁଛି ଓଡ଼ିଶା ପୋଲିସ ଲୋକଙ୍କର ଘୋର ଆକ୍ରୋଶ ରହିଛି। ଦେଶର ସବୁଠାରୁ ଭଲ କାମ କରୁଥିବା ପୁଲିସ ଥାନା ତାଲିକାରେ ଥିବା ଥାନାର ନାମ ହେଉଛି ଅବେରଦିନ | ଏହି ଥାନାଟି ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ କେନ୍ଦ୍ର ଶାସିତ ଅଂଚଳରେ ରହିଛି | ସର୍ବଶ୍ରେଷ୍ଠ ଥାନାକୁ ରାଜ୍ୟ ଭାବରେ ବିଭକ୍ତିକରଣ କଲେ ଦ୍ଵିତୀୟ ସ୍ଥାନରେ ଗୁଜୁରାଟ, ତୃତୀୟରେ ମଧ୍ୟପ୍ରଦେଶ, ଚତୁର୍ଥରେ ତାମିଲନାଡୁ, ପଞ୍ଚମରେ ଅରୁଣାଚଳ ପ୍ରଦେଶ, ଷଷ୍ଠ ସ୍ଥାନରେ ଦିଲ୍ଲୀ ରହିଛି | ସେହିପରି ସପ୍ତମ ସ୍ଥାନରେ ରାଜସ୍ଥାନ, ଅଷ୍ଟମ ସ୍ଥାନରେ ତେଲେଙ୍ଗାନା, ନବମ ସ୍ଥାନରେ ଗୋଆ ଓ ଦଶମ ସ୍ଥାନରେ ପୁଣି ମଧ୍ୟପ୍ରଦେଶ ରହିଛି | ଥାନାର କାର୍ଯ୍ୟକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି | ପ୍ରଥମରେ ସମ୍ପତ୍ତିକୁ ନେଇ ଅପରାଧ, ଦ୍ଵିତୀୟରେ ମହିଳାଙ୍କ ବିରୋଧରେ ଅପରାଧ, ତୃତୀୟରେ ସମାଜରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧ ଯେଉଁ ଥାନାରେ କମ ଭାବରେ ମିଳିଛି ତାହାକୁ ଶ୍ରେଷ୍ଠ ଥାନା ଭାବେ ବିଚାର କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ