ଦେଶର ପ୍ରଥମ ଅନଲାଇନ ବିତରଣ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ ଆଇଜିଏକ୍ସର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକ୍ଟ୍ରୋନିକ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ ଖୋଲିଛି ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ପିଏନଜିଆରବି ଖୁବ ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜନେସ ଶୁଳ୍କ ନୀତି ଘୋଷଣା କରିବ । ସେହପରି ଆଇଜିଏକ୍ସ ମାଧ୍ୟମରେ ଏଲଏନଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ସିଜିଡି ଭିତିଭୂମି ଏବଂ ବଜାର ଚାଳିତ ମୂଲ୍ୟ ମେକାନିଜିମ୍ ପାଇଁ ଅନୁମତି ନିମନ୍ତେ ବଡ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ ।