ଦେଶର ପ୍ରଥମ ୧୦ ବିଦ୍ୟାଳୟ ମଧ୍ୟରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ

ପୋଲସରା, (ଅନିଲ କୁମାର ମହାରଣା):ଆମ ଦେଶର ଶ୍ରେଷ୍ଠ ୧୦ ଗୋଟି ସରକାରୀ ବିଦ୍ୟାଳୟ ମଧ୍ୟରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଗ୍ରାମର ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଁ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିପାରିଛି। ସେହିପରି ହଷ୍ଟେଲରେ ରହି ଅଧ୍ୟୟନ କରୁଥିବା ସରକାରୀ ବିଦ୍ୟାଳୟ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ ଗୋଟି ସରକାରୀ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି। ଦିବା ଅଧ୍ୟୟନ ବିଦ୍ୟାଳୟ ମଧ୍ୟରେ ହାତୀଓଟ ଓ.ଏ.ଭି. ଓ ଅନ୍ତେବାସୀ ଅଧ୍ୟୟନ ମଧ୍ୟରେ ପଥରଚେପା ଓ.ଏ.ଭି. ସାରା ଭାରତରେ ଶ୍ରେଷ୍ଠ ୧୦ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ଯୋଗୁ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉଚ୍ଚ କୋଟିର ବୋଲି ପ୍ରମାଣିତ କରିପାରିଛି। ଏଥିପାଇଁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଦୁଇ ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି। ସାରା ଭାରତର ସରକାରୀ ବିଦ୍ୟାଳୟ ଗୁଡ଼ିକୁ Education World India school Rankings (EWISR) 2020-21 ପକ୍ଷରୁ ଏହି ସର୍ବେକ୍ଷଣ ହୋଇଥିବା ବେଳେ ୧୦୯୧ ସ୍କୋର ରଖି ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶ୍ରେଷ୍ଠ ୧୦ ଗୋଟି ସରକାରୀ ବିଦ୍ୟାଳୟ ମଧ୍ୟରେ ରହିବାକୁ ଯୋଗ୍ୟ ବିବେଚିତ ହୋଇପାରିଛି। ହାତୀଓଟ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଆନ୍ତରିକ ଉଦ୍ୟମ ଓ ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗର ସହଯୋଗ ଦ୍ୱାରା ଏହି ଶିକ୍ଷାନୁଷ୍ଠାନ ସାରା ଦେଶରେ ଶ୍ରେଷ୍ଠ ୧୦ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଁ ଆମ ଗଞ୍ଜାମ ଜିଲ୍ଲା ଓ ଆମ ଓଡ଼ିଶା ପାଇଁ ଗର୍ବ ଆଣିପାରିଛି। ହାତୀଓଟ ଓ.ଏ.ଭି. ଦେଶର ଶ୍ରେଷ୍ଠ ୧୦ ବିଦ୍ୟାଳୟ ମଧ୍ୟରେ ରହିଥିବା ଯୋଗୁଁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ନାୟକ ଓ ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ