ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ବିଜୟୀ ଭାରତ

ବ୍ରହ୍ମପୁର,(ୱାଇଏନଏସ): ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ସ୍ଥାନୀୟ ଉତ୍କଳ ଆଶ୍ରମ ମୁକ୍ତମଞ୍ଚରେ ଅପରେସନ ସିନ୍ଦୁରକୁ ସମ୍ମାନ ଜଣାଇବା ପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ” ବିଜୟୀ ଭାରତ ” ଅନୁଷ୍ଠିତ ହୋଇସାରିଛି, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଯୋଗଦେଇ ଭାରତର ବୀର ଯବାନ ମାନଙ୍କ ଜୟ ଗାନ କରିଥିବା ବେଳେ ବିଶିଷ୍ଟ ଅତିଥି ହୃଷିକେଶ ପାଣିଗ୍ରାହୀ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ, ବ୍ରହ୍ମପୁର ସାମ୍ବାଦିକ ସଙ୍ଘ ର ସଭାପତି ଅଶୋକ କୁମାର ବ୍ରହ୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଦେଶର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ କଳିଙ୍ଗ ଟିଭି ର ଦକ୍ଷିଣଣାଞ୍ଚଳ ମୁଖ୍ୟ ପ୍ରକାଶ ପଟ୍ଟନାୟକ ଏବଂ ନାଳନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ କାଳି ଚରଣ ସାହୁ , ସାମ୍ୱାଦିକ ସମୀର ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିଜୟୀ ଭାରତ ଟିମକୁ ଅଭିନନ୍ଦନ ପ୍ରଦାନ କରିଥିଲେ, ଅଭିନୟ ଜଗତର ସମ୍ପାଦକ ଡ ମିହିର ତ୍ରିପାଠୀ ସଭାକୁ ଅଧ୍ୟକ୍ଷତା କରିଥିବା ବେଳେ ନୃତ୍ୟ ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର, ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ନାୟକ ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଏବଂ ସାମ୍ବାଦିକ ସୁଦିପ ସାହୁ, ଲିଲି ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଏହି ଅବସରରେ ଦୈନିକ ସମାଜ ପତ୍ରିକାର ନବାଗତ ମୁଖ୍ୟ ସମ୍ପାଦକ ସୁଦର୍ଶନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସହରର ବିଭିନ୍ନ ନୃତ୍ୟ ଅନୁଷ୍ଠାନର ଶିଳ୍ପୀ ମାନେ ଦଳଗତ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିବା ବେଳେ ସୁଦିପ ସାହୁ, ସାର୍ଥକ ପାଢ଼ୀ, ଅନନ୍ୟା ପାଢ଼ୀ ପ୍ରମୁଖ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ, ବାଲୁକା ଶିଳ୍ପୀ ସତ୍ୟ ମହାରଣା, ଜୋସ୍ନାରାଣୀ ପାଢ଼ୀ, ସନ୍ତୋଷ ତ୍ରିପାଠୀ, ତ୍ରିପତି ନାୟକ, ନବ କିଶୋର ମହାପାତ୍ର ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ