ଦେଶୀ,ବିଦେଶୀ ମଦ ଜବତ ,ଦୁଇ ଗିରଫ

ବେଲଗୁଣ୍ଠା(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ଖବର ପାଇ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଦୁଇଟି ଯାଗାରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ।ଫାଣ୍ଡି ଅନ୍ତର୍ଗତ ଘୁ.ନୂଆଗାଁର ସାନ ବେହେରା ଠାରୁ ୪୦ଲିଟର ଚୋରା ଦେଶି ମଦ ଜବତ କରାଯାଇଥିବା ବେଳେ ଆମ୍ବପୁଆ ଗ୍ରାମର ଲକ୍ଷ୍ମୀଧର ସାହୁ ଠାରୁ ବିଭିନ୍ନ ବ୍ରାଣ୍ଡ ର ୧୭ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା ।ଉଭୟଙ୍କ ବିରୁଦ୍ଧରେ ଦୁଇଟି ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ