ଦେଶୀ ଓ ବିଦେଶୀ ମଦ ଜବତ : ୨ ଗିରଫ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ପୋଲିସ ମଦ ଧରପଗଡ଼ କରି ଶୁକ୍ରବାର ରାତିରେ ହିଂଜିଳି ଥାନା ଆଡ଼ପଡ଼ାରୁ ୪୫ ଟି ଦେଶୀ ମଦ ପାଉଚ୍ ଓ ୧୪ ବୋତଲ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ଆଡ଼ପଡ଼ା ଗ୍ରାମର ସିଲୁ ପୃଷ୍ଟି ଓ ସନ୍ତୋଷ ପୃଷ୍ଟି । ଏ ନେଇ ନଂ- ୧୫୩ ଓ ୧୫୪/୧୯ ରେ ୨ ଟି ମାମଲା ରୁଜୁ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ହିଂଜିଳି ଥାନା ଅଂଚଳର ବିଭିନ୍ନ ଦୋକାନରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବା ବେଳେ,ସ୍ଥାନୀୟ ଅବକାରୀ ବିଭାଗୀୟ କର୍ମଚାରୀ ମାନେ କିପରି ଜାଣିପାରୁ ନାହାନ୍ତି, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବକାରୀ ବିଭାଗର କାର୍ଯ୍ୟ ପୁଲିସ ପ୍ରଶାସନ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।