ଦେଶୀ ଓ ବିଦେଶୀ ମଦ ଜବତ – ୩ ଗିରଫ
ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳି ଥାନା ପୋଲିସ ପକ୍ଷରୁ ଗୁରୁବାର ରାତିରେ ମଦ ଧରପଗଡ଼ କରାଯାଇ ରଙ୍ଗଣିପଲ୍ଲୀ ଓ ଚକରାପଲ୍ଲୀ ଗ୍ରାମରୁ ୨୦ ଲିଟର ଦେଶୀ ଓ ବିଭିନ୍ନ ବ୍ରାଣ୍ଡର ୭ ଳିଟର ବିଦେଶୀ ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରଯାଇଛି । ଗିରଫମାନେ ହେଲେ ହିଂଜିଳି ଥାନା ରଙ୍ଗଣିପଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ବିଶ୍ୱନାଥ ସାହୁ ଏବଂ ଚକରାପଲ୍ଲୀ ଗ୍ରାମର ସନ୍ତୋଷ ସେଠୀ । ଏ ନେଇ ନଂ- ୧୬୯,୧୭୦ ଓ ୧୭୧/୧୯ ରେ ୩ ଟି ମାମଲା ରୁଜୁ କରି ୩ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


