ଦେଶୀ ଖାଦ୍ୟର ମଜାନେଉଛି ମ୍ୟାନ ଇନ ବ୍ଲ୍ୟୁ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୨୨ ତାରିଖରେ ତୃତୀୟ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି ଉଭୟ ଭାରତ-ୱେଷ୍ଟଇଣ୍ଡିଜ ଟିମର ଖେଳାଳି । ଭୁବନେଶ୍ୱରସ୍ଥିତ ମେ ଫେୟାରରେ ରହଣି ସମୟରେ ଖେଳାଳିଙ୍କ ଖାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ କାନିକା ରେଷ୍ଟୁରାଂଟରେ ଖେଳାଳୀଙ୍କୁ ଓଡିଆ ଖାଦ୍ୟ ପରସାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଉଭୟ ଦେଶର ଖେଳାଳିଙ୍କ ପାଇଁ ମେନୁରେ ବିଭିନ୍ନ ଆମିଷ ଓ ନିରାମିଷ , ମଟନ କଷା, ଦେଶୀ କୁକୁଡା ମାଂସ, ଡାଲମା, ଖଟା, କ୍ଷୀରି, ଶାଗ ଭଳି ଓଡିଆ ଖାଦ୍ୟ ରହିଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଆଜି କେବଳ ଖେଚୁଡି ଖାଇଥିବାର ଜଣାପଡିଛି । ସୁଚନାଯୋଗ୍ୟ , ଗତ କିଛି ବର୍ଷ ହେବ କୋହଲି ଆମିଷ ଖାଇବା ଛାଡି ଦେଇଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ବ୍ୟଞ୍ଜନ ଭାବରେ ଜହ୍ନି ପୋସ୍ତ ଠାରୁ ଆରମ୍ଭ କରି ଡାଲମା, କ୍ଷୀରି, ଶାଗ ଭଜା, ଖେଚୁଡି ରହିଥିଲା । ତେବେ ଏହି ଖାଦ୍ୟ ବ୍ୟଞ୍ଜନ ମଧ୍ୟରୁ ବିରାଟ ଖେଚୁଡି ଖାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ