ଦେଶୀ ,ବିଦେଶୀ ମଦ ଜବତ ୩ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ କୁଶପଡ଼ା ଗ୍ରାମର କୁରେଶୁ ନାଇକ ଙ୍କୁ ବେଆଇନ ଦେଶୀମଦ ବିକ୍ରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇ ଅବକାରୀ ମାମଲା ନଂ.୧୭୩/୨୪-୨୫ ଅନୁଯାୟୀ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ଥାନା ଏଏସଆଇ ଏନ୍. ତ୍ରିପତି ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ କୁରେଶୁ ଙ୍କ ନିକଟରୁ ୪୦ ଲିଟର ଦେଶୀମଦ ଜବତ କରାଯାଇ ଗିରଫ କରାଯାଇଥିଲା। ସେହିପରି ଦିଗପହଣ୍ଡି ଥାନା ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଦିଗପହଣ୍ଡି ମେଡିକାଲ ଛକ ନିକଟରୁ ଲକ୍ଷ୍ମୀ ନଗର ର କାଳିଆ ସେଠୀ ଙ୍କ ନିକଟରୁ ୬୫ ଟି ଦେଶୀମଦ ପାଉଚ ଜବତ କରିଛନ୍ତି।ତାଙ୍କ ନାଁ ରେ ଥାନା ମାମଲା ନଂ.୫୧୪/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ରାତି ପ୍ରାୟ ୯ ଟାରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଫାଶୀଗୁଡ଼ା – ଭୀଷ୍ମଗିରି ମୁଖ୍ୟରାସ୍ତା ରେ ଯାଉଥିବା ଭୀଷ୍ମଗିରି ଗ୍ରାମର ଦୁଃଖିଶ୍ୟାମ ସାହୁ ଙ୍କ ନିକଟରୁ ଏକ ଜରିବ୍ୟାଗ ରେ ଥିବା ୧୫ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ଙ୍କ ଏତଲାକ୍ରମେ ଥାନା ମାମଲା ନଂ.୫୧୫/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।