ଦେଶୀ ବିଷାକ୍ତ ମଦର ବନ୍ୟା,  ଜିଲ୍ଲା ବାହାରକୁ ହେଉଛି ଚାଲାଣ : ମହୁଲ ବ୍ୟବସାୟୀଙ୍କ ଉପରେ ପ୍ରଶାସନ  ଅଙ୍କୁଶ ନାହିଁ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ଲକଡାଉନ ର ଫାଇଦା ଉଠଉଛନ୍ତି କିଛି କୋଚିଆ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରେ ଥିବା ଝରଣା ଓ ନଦୀ ପଠାରେ ଦେଶୀ ବିଷାକ୍ତ ମହୁଲି ମଦ ନିର୍ମାଣ କରୁଥିବା ବେଳେ କେତେକ ସ୍ଥାନ ରେ ପୋଲିସ ଚଢ଼ାଉ କରି ଶହଶହ ଲିଟର ପୋଚ ନଷ୍ଟ କରିଥିବା ବେଳେ ମାମଲା ରୁଜୁ କରିଛି l କିନ୍ତୁ ଏହି ଚଢ଼ାଉ କେବଳ ସୀମିତ ଆହୁରି ବହୁ ସ୍ଥାନରେ ଏଭଳି ବିଷାକ୍ତ ଦେଶୀ ମଦ ରନ୍ଧା ଯାଉଛି ଏହାକୁ ରୋକିବାକୁ ହେଲେ ପ୍ରଶାସନ ର ଅନୁମତି ପ୍ରାପ୍ତ  ମହୁଲ ବ୍ୟବାବାସାୟୀ ମାନଙ୍କ ଉପରେ ଅଙ୍କୁଶ ଲଗାଇ ସେମାନଙ୍କ ନିକଟରେ କେତେ ଗଛିତ ଅଛି ତାହାକୁ ଜାଣିବା ପରେ ବିକ୍ରି ଉପରେ ରୋକ ଲଗା ଗଲେ ଏହି ବେଆଇନ ମଦ ପ୍ରସ୍ତୁତ ବନ୍ଦ ହୋଇ ପାରିବ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି l ଗତ କିଛିଦିନ ହେଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ, ବାଲିଗୁଡା, କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି ଥାନା ଅଞ୍ଚଳ ରେ ପୋଲିସ ଓ ମହିଳା ସଙ୍ଘ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପୋଚ ଓ ମଦ ନଷ୍ଟ କରିଥିବା ବେଳେ  ସେଠାରୁ ବ୍ୟବହୃତ ଜିନିଷ ମଧ୍ୟ ଉଦ୍ଧାର ହୋଇଛି l ଏହି ମଦରେ ସାର, ବ୍ୟାଟେରୀ ଗୁଣ୍ଡ, କିଛି ନିଶା ଶକ୍ତ ମେଡ଼ିସିନ ବ୍ୟବହାର କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି l ବିଦେଶୀ ମଦ ବନ୍ଦ ଯୋଗୁଁ ଏହା ର ଫାଇଦା ନେଇ ଏଭଳି ମଦ ର ବନ୍ୟା ସୃଷ୍ଟି ହେଉଛି l ତୁମୁଡିବନ୍ଧ ର ବେଲଘର ଥାନା ଅଞ୍ଚଳ ର ଝିରୀପାଣି, ବିଲାମାଳ ଓ ଲଙ୍କାଗଡ ଅଞ୍ଚଳ ରେ ପ୍ରତ୍ୟେକ  ଦିନ ହଜାର ହଜାର ଲିଟର ମଦ ପ୍ରସ୍ତୁତ ହୋଇ ପଡୋଶୀ ଜିଲ୍ଲା କଳାହାଣ୍ଡି, ରାୟଗଡା ଜିଲ୍ଲା କୁ ସାଇକେଲ ରେ ଯାଉଛି l ଏଥିପ୍ରତି କୌଣସି ଲଗାମ ନଥିବା ପରି ଜଣାପଡୁଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ