ଦେଶୀ ମଦଭାଟି ଉପରେ ପୋଲିସର ଚଢ଼ାଉ ; ୧୫ ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର ସହର ଉପକଣ୍ଠରେ ରହିଥିବା ନାହାତୋଟା ସାହିର ଏକ ଦେଶୀ ମଦଭାଟି ଉପରରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଛି। ମିଳିଥିବା ସୂଚନା ମୁତାବକ , ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସହରର ନାହାତୋଟା ସାହି ରେ ରହିଥିବା ଦେଶୀ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୬୫୦ ଲିଟର ଦେଶୀ ମହୁଲି ଜବତ କରି ୭୦୦୦ ପୋଚ ନଷ୍ଟ କରିଛି। ଏ ନେଇ ୧୫ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ।


