ଦେଶୀ ମଦ ଓ ଗୁଡ ପୋଚ ସହ ବାଇକ୍ ଜବତ, ୫ ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଉପ ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ କର୍ମଚାରୀ ମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବନ୍ତ ଥାନା ଅଧିନ ଦୋଳପଦୀ, ଗୋହିରାପଦୀ, ନାଲପୁର ଅଞ୍ଚଳରେ ଚଢାଉ କରାଯାଇ ୭୯ ଲିଟର ଦେଶୀ ରନ୍ଧା ମଦ, ୪ଶହ ଲିଟର ଗୁଡ ପୋଚ ଓ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ବନ୍ତ ଥାନା ଅଧିନ ଗୋହିରାପଦୀ ଗ୍ରାମର ରାଜନ ମୁର୍ମୁ, ପାର୍ବତୀ ମୁର୍ମୁ, ଦୋଳପଦୀ ଗ୍ରାମର ଲକ୍ଷ୍ମଣ ମୁଣ୍ଡା, ନାଲପୁର ଗ୍ରାମର ଅରୁଣ ସିଦୁଙ୍କୁ ଗିରଫ କରାଯାଇଛି । ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗୁହାଳି ପୋଲ ଛକ ନିକଟରେ ଚଢାଉ କରାଯାଇ ଓଡି-୨୨ଟି-୫୯୦୦ ହିରୋ ଗା୍ଲମର ମୋଟର ସାଇକେଲରୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଣ୍ଡାରିପୋଖରୀ ଥାନା ଅଧିନ ନଗୁଆଁ ଗ୍ରାମର ଗଗନ ଚନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢାଉରେ ମୋଟ ୧୦୯ ଲିଟର ଦେଶୀ ରନ୍ଧା ମଦ, ୪ଶହ ଲିଟର ଗୁଡ ପୋଚ ଏବଂ ମଦ ତିଆରି ସରଞ୍ଜାମ ଜବତ କରାଯିବା ସହିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଦେଶୀ ମଦ, ଗୁଡ ପୋଚ, ମଦ ତିଆରି ସରଞ୍ଜାମ ଏବଂ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚଢାଉରେ ସହକାରୀ ଉପ ନିରୀକ୍ଷକ ପ୍ରହଲ୍ଲାଦ ସାମଲ, ରମେଶ ନାୟକ, ଦୀପକ ରାଉତ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ର ନାରାୟଣ ଦାସ, ସୁଦର୍ଶନ ପଲେଇ, ରାମ ଚନ୍ଦ୍ର ନାୟକ, ସଞ୍ଜୟ ପାତ୍ର, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାଶ ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ଟି ପୃଥକ ପୃଥକ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ