ଦେଶୀ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଆଜି ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ମଦ ଜବତ କରାଯାଇଛି । ବ୍ଲକର ଉତ୍ତରବାଡ଼, ଭଣ୍ଡାରିପୋଖରୀ, ନଗୁଆଁ , ପାଟୁଳି ଓ ବିମ୍ବଳବର ଗ୍ରାମରେ ଚଢାଉ କରାଯାଇ ସେଠାରୁ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି । ଏହା ସହିତ ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ରବୀନ୍ଦ୍ର ଜେନା, ପ୍ରଫୁଲ୍ଲ ରାଉତ, ଦୈତାରି ପେରେଇ ଓ ଚକ୍ରଧର ପେରେଇଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି । ଉକ୍ତ ଚଢାଉରେ ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ନନ୍ଦୁ ନାୟକ, କନେଷ୍ଟବଳ ରମେଶ ଚନ୍ଦ୍ର ନାୟକ, ଅନବାଦିତ୍ୟ ବାରିକ, ଅଜିତ କୁମାର ସିଙ୍କୁ, ସତ୍ୟରଞ୍ଜନ ସେଠୀ, ସନ୍ଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।