ଦେଶୀ ମଦ ଜବତ,୨ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ରବିବାର ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡ ପୋଲିସ ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଭଦ୍ରକ ବ୍ଲକ ଖାନାବାଡି ଅଞ୍ଚଳରେ କଳାହାଣ୍ଡିଆ କୁଣ୍ଡଳା ଗ୍ରାମର ରାମ ଚନ୍ଦ୍ର ବେହେରା ଚୋରା ଦେଶୀ ମଦ ବିକ୍ରୟ କରୁଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଉକ୍ତ ସ୍ଥାନରୁ ୨୦ ଲିଟର ଦେଶୀ ମଦ ଜବତ ହେବା ସହ ବେପାରୀ ରାମଚନ୍ଦ୍ରଙ୍କ ସମେତ ଘର ମାଲିକ ଖଗେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ-୨୬୩/୨୦ ମୂଳେ ମାମଲା ରୁଜ୍ଜୁ ହୋଇଛି ।