ଦେଶୀ ମଦ ଜବତ, ଜଣେ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ସଖିପାଟଣା ଛକ ଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଦେଶୀ ମଦ ବିକ୍ରି କରୁଥିବା ବେଳେ ଗିରଫ କରିବା ସହିତ ତାଠାରୁ ୧୭ ପାଉଚ୍ ଦେଶୀ ମଦ ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ସନ୍ଧ୍ୟା ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସଖିପାଟଣା ଛକ ଠାରେ ଗଭରପୁର ଗ୍ରାମର ପ୍ରଭାତ ବିଶ୍ୱାଳ ଦେଶୀ ମଦ ବିକ୍ରି କରୁଥିବାର ଦେଖିଥିଲେ । ଫଳରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଠାରୁ ୧୭ ପାଉଚ୍ ଦେଶୀ ମଦ ଜବତ କରିଥିଲା । ଏନେଇ ଥାନାରେ ଅବକାରୀ ଆଇନ ମୂଳେ ୧୦୫/୨୦ରେ ଏକ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ