ଦେଶୀ ମଦ ଜବତ, ଦୁଇ ଗିରଫ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଆଜି ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ବଜାର ନିକଟରୁ ଚଢ଼ାଉ କରାଯାଇ ବେଆଇନ ମଦ ସହିତ ଏକ ବାଇକ ଜବତ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ୬୦ଲିଟର ଦେଶୀ ରନ୍ଧା ମଦ ସହିତ ଏକ ମୋଟର ସାଇକେଲକୁ ଅବକାରୀ ବିଭାଗ ଜବତ କରିଥିଲା । ଏହା ସହିତ ବେଆଇନ ମଦ ବେପାର କରୁଥିବା ଅଭିଯୋଗରେ ସାରୋ ଗ୍ରାମର ନୃସିଂହ ଚରଣ ଜେନା ଓ ଅର୍ଜୁନ ଚରଣ ଜେନାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।