ଦେଶୀ ମଦ ଜବତ, ଦୁଇ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଧାମନଗର ଅବକାରୀ ଥାନା ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ଼ ଠାରେ ଚଢ଼ାଉ କରାଯାଇ ଆଜି ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି। ଓଡ଼ି୦୪ସି୧୯୬୪ବିଶିଷ୍ଟ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ପ୍ରାୟ ୫୦ଲିଟର ମଦନେଇ କେନ୍ଦୁଝର ପଟୁ ଭଣ୍ଡାରିପୋଖରୀ ଆସୁଥିବା ବେଳେ ଅବକାରୀ ବିଭାଗ ଏହାକୁ ଜବତ କରିଥିଲା। ମଦ ପରିବହନ କରୁଥିବା ଅଭିଯୋଗରେ ଯଶୋଟିକିରି ଗ୍ରାମର ନିରାକାର ପଲେଇ ଓ ବିରଞ୍ଚି ମହାରଣା କୁ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ଉକ୍ତ ଚଢ଼ାଉରେ କନେଷ୍ଟବଳ ଅନବା ଦିତ୍ୟ ବାରିକ, ରମେଶ କୁମାର ନାୟକ, ଅଜିତ କୁମାର ସିଙ୍କୁ ଓ ସଂଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ।