ଦେଶୀ ମଦ ଜବତ, ୩ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଦେଶୀ ମହୁଲି ମଦ ଜବତ କରାଯାଇଥିବା ଜଣାପଡିଛି। ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦେଶ କ୍ରମେ ହାଟଡ଼ିହି ଓ ମଞ୍ଜୁରୀ ଅଂଚଳରେ ଚଢ଼ାଉ କରାଯାଇଥିଲା। ଏଥିରେ ବେଆଇନ ମଦ ବିକ୍ରି କରୁଥିବା ଯୋଗୁ ଅନୀଲ ଯାଦବ, ବିନୋଦ ମଲ୍ଲିକ ଓ ମହେଶ୍ୱର ମଲ୍ଲିକକୁ ବିଭାଗ ଗିରଫ କରିଥିବା ବେଳେ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି। ଏହା ସହିତ ୧୦୦ଲିଟର ମହୁଲି ମଦ ଜବତ ହୋଇଥିବା ସୂଚନା ଦିଆଯାଇଛି। ଚଢ଼ାଉରେ ଗୁଇନ୍ଦା ବିଭାଗ ପକ୍ଷରୁ ପବିତ୍ର କୁମାର ସାମଲ, ପିତାମ୍ବର ମହାପାତ୍ର, ସତ୍ୟଜିତ ଖଟୁଆ ପ୍ରମୁଖ ଅଧିକାରୀଙ୍କ ସମେତ ପୂର୍ଣ୍ଣଜିତ ମହାପାତ୍ର, ବସନ୍ତ କୁମାର ମଲ୍ଲିକ ପ୍ରମୁଖ କର୍ମଚାରୀ ମାନେ ସାମିଲ ହୋଇଥିଲେ।