ଦେଶୀ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଧାମନଗର ଅବକାରୀ ଥାନା ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ଲିଟର ଦେଶୀ ମଦ ଜବତ କରାଯାଇଛି । ବ୍ଲକର ଜଳମଣ୍ଡୁଆ, ବାରିକପୁର, ହସନପୁର, ସିପୁର, ଗୁଣୁପୁର ପ୍ରମୁଖ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ମଦ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଗଣେଶ ଚନ୍ଦ୍ର ଜେନା, ସୁଶାନ୍ତ କୁମାର ମଲ୍ଲିକ ଓ ବାବୁଲି ମୁଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ପଠା ଯାଇଛି । ଉକ୍ତ ଚଢାଉରେ ଏ.ଏସ୍.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ ।