ଦେଶୀ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରୁ ଧାମନଗର ଅବକାରୀ ବିଭାଗ ଚଢାଉ କରି ଵ୍ୟାପକ ପରିମାଣରେ ଦେଶୀ ମଦ ଜବତ କରିଛି। ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ବ୍ଲକର ଭଣ୍ଡାରିପୋଖରୀ, ମଞୁରୀ, ନଗୁଆ, ପାଟୁଳି, ଶାସନ,ନାଆମୀ ଓ ମଞୁରୀରୋଡ ଠାରେ ଚଢାଉ ହୋଇଥିଲା। ଏଥିରେ ୧୬୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଵେଆଇନ ବିକ୍ରୟ କରୁଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରାଯାଇଛି।ଉକ୍ତ ଚଢାଉରେ ବିଭାଗର ସହକାରୀ ଉପ ନିରୀକ୍ଷକ ପୁରୁଷୋତ୍ତମ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ,ଶିଵ ପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ହୋଇଥିଲେ। ଅଭିଯୁକ୍ତ ଗଗନ ଜେନା, ମହେଶ୍ୱର ମଲ୍ଲିକ ଓ ରବିନ୍ଦ୍ର ଜେନାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।