ଦେଶୀ ମହୁଲି ମଦ ରନ୍ଧା ବେଳେ ଜବତ ରନ୍ଧାଳି ଫେରାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଥାନା ଅଞ୍ଚଳ ବାଞ୍ଜାମାହା ଗ୍ରାମ ସଂଲଗ୍ନ ଏକ ଜଙ୍ଗଲରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ସମୟରେ ଟିକାବାଲି ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅଚାନକ ଚଢାଉ କରିଥିଲା। ଜଙ୍ଗଲରେ ଥିବା ଏକ ନାଳ ନିକଟରେ ଦେଶୀ ମହୁଲି ମଦ ରନ୍ଧାଯାଉଥିବାବେଳେ ପୋଲିସକୁ ଦେଖି ଘଟଣା ସ୍ଥଳରୁ ମଦ ରନ୍ଧାଳୀ ଖସି ପଳାଇଥିଲେ। ପୋଲିସ ୨୦୦ ଲିଟର ପୋଚ ନଷ୍ଟ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରିଥିଲା।


