ଦେଶ ଗଠନରେ ଯୁବଗୋଷ୍ଠିର ଭୂମିକା ଗୁରତ୍ୱପୂର୍ଣ୍ଣ : ଶ୍ରୀ ଶଙ୍କରାଚାର୍ଯ୍ୟ
ଭୁବନେଶ୍ୱର : ଓଁ ବ୍ରହ୍ମାନନ୍ଦଂ ପରମ ସୁଖଦଂ, କେବଳଂ ଜ୍ଞାନମୂର୍ତ୍ତିଂ । ଦ୍ୱନ୍ଦାତୀତଂ ଗଗନ ସଦୃଶଂ ତତ୍ତ୍ୱମସାଦି ଲକ୍ଷ୍ୟଂ । ଭାରତୀୟ ସଂସ୍କୃତି ଗୁରୁ, ପରମ୍ପରା ହିଁ ଭାରତୀୟ ତତ୍ତ୍ୱଜ୍ଞାନର ପରିଚାୟକ । ଗୁରୁ ସତ୍ପ୍ରବୃତ୍ତି, ଅଭିବର୍ଦ୍ଧନ ଓ ଆଦର୍ଶ କତ୍ତୃତ୍ୱର ପଥପ୍ରଦର୍ଶକ ଅଟନ୍ତି । ଅନ୍ଧ ଗହ୍ୱରରୁ ଆଲୋକର ମାର୍ଗ ପ୍ରଦର୍ଶିତ କରିଥାନ୍ତି । ଅନ୍ତରଙ୍ଗ ଓ ବିହରଙ୍ଗ ଜୀବନକୁ ସୁସଂସ୍କାରିତ କରିବା ତଥା ଗୁରୁଶିଷ୍ୟ ପରମ୍ପରା ସହିତ ନିଜକୁ ଜଡିତ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟନେଇ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଆଉ ଏକ ମାନୋବଚିତ ସ୍ତରରେ ପହଞ୍ôଚବାର ପ୍ରୟାସ କରିଛି । ଜଗତ୍ଗୁରୁ ସଚ୍ଚିଦାନନ୍ଦ ପରଂବ୍ରହ୍ମ ପୁରୀ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କର ସ୍ଥାନୀୟ ନୀଳାଦ୍ରି ବିହାର ଗସ୍ତ ଅବସରରେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱାମୀଜୀଙ୍କ ଚରଣାବିନ୍ଦରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ଏହି ଐଶ୍ୱର୍ଗିକ ଉପଲବ୍ଧି ମୁହୁର୍ତ୍ତରେ ସଂଘର କର୍ମକର୍ତ୍ତା ବନ୍ଧୁମାନେ ଆଧ୍ୟାତ୍ମିକ, ଅଧିବୈଦିକ ଓ ଆଦିଭୌତିକ ଚିନ୍ତାଧାରାରେ ମନପ୍ରାଣକୁ ଗୁରୁଜୀଙ୍କ ଚରଣାରବିନ୍ଦରେ ନିବେଶ କରି ଏହି ମହାନ ଆଧ୍ୟାତ୍ମିକବାଦୀ ଚର୍ଚ୍ଚାରେ ଭାଗନେଇ ଦେଶ, ଜାତି ତଥା ଅଞ୍ଚଳର କଲ୍ୟାଣ ପାଇଁ ଗୁରୁଜୀଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ଅବସରରେ ସଂଘ ତରଫରୁ ଗୁରୁଜୀଙ୍କୁ ଉତ୍ତରୀ, ଗଜରା, ଫଳ ଓ ପୁଷ୍ପ ତଥା ସଂଘର ପ୍ରଚାର ପତ୍ର ଇତ୍ୟାଦି ସମର୍ପଣ କରାଯିବା ସହ ସଂଘର ଦୀର୍ଘ ୨୪ ବର୍ଷ ମଧ୍ୟରେ ହାତକୁ ନେଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ବାବଦରେ ଅବଗତ କରାଯାଇଥିଲା । ଆଲୋଚନାର ଉତ୍ତରରେ ଗୁରୁଜୀ ସଂଘର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଦେଶ ଗଠନରେ ଯୁବ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅବିହିତ କରି ସଂଘର ଉତ୍ତୋରତ୍ତର ଉନ୍ନତି କାମନା ପାଇଁ ଆର୍ଶୀମୋଚନ ପ୍ରଦାନ କରିଥିଲେ । ପ୍ରତିନିଧି ମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ), ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ସଭ୍ୟ ସୁରେଶ ଦାଶ, ଅର୍ଜ୍ଜୁନ ଦେହୁରୀ, ଗୋପାଳ ସୁବୁଦ୍ଧି, ରାଜେନ୍ଦ୍ର ରଣା, ସୁକେଶ କୁମାର ମହାନ୍ତି ଓ ଭୀମସେନ୍ ସାମଲ ପ୍ରମୁଖ ଉପସ୍ଥିତ ରହି ଗୁରୁଜୀଙ୍କ ଆର୍ଶୀବାଦ ଲାଭ କରିଥିଲେ ।