ଦେଶ ପାଇଁ ଗୈାରବ ଆଣିଲେ ଦୂତି ,ରାଷ୍ଟ୍ରପତି ଜଣାଇଲେ ଅଭିନନ୍ଦନ
ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍): ଶହେ ମିଟର ଦୈାଡରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ଖେଳ ପ୍ରତିଭା ଦୂତି ଚାନ୍ଦକୁ ମିଳିଛି ବଡ ସଫଳତା । ବିଶ୍ୱ ବିଦ୍ୟାଳୟ କ୍ରିଡା ଇତିହାସରେ ଏହା ପୂର୍ବରୁ କେହି ୧୦୦ ମିଟର ଫାଇନାଲରେ ସଫଳତା ପାଇଛନ୍ତି । ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସ୍ୱିଜରଲ୍ୟାଣ୍ଡର ଆଜଲା ଡେଲ୍ ଦ୍ୱିତୀୟ ସ୍ଥାନରେ ଅଧିକାର କରି ରୈାପ୍ୟ ପଦକ ହାସଲ କରିଛି । ଧାବିକା ଦୂତି ଚାନ୍ଦକୁ ରାଷ୍ଟପତି ରାମନାଥ କୋବିନ୍ଦଟ୍ୱିଟକରି ଅଭିନନ୍ଦନ ଜଣାଇବା ସହ ଅଲମ୍ପିକରେ ସଫଳତା ପାଇଁ ଲକ୍ଷ୍ୟ ରଖିବା ପାଇଁ ରାଷ୍ଟପତି ଟ୍ୱିଟ୍ ଯୋଗେ କହିଛନ୍ତି ।