ଦେଶ ପ୍ରେମ ଦିବସ ପାଳିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ସାରା ଦେଶ ରେ ଆଜି ଦେଶପ୍ରେମୀ ମାନେ ଦେଶ ପ୍ରେମ ଦିବସପାଳନ କରିଛନ୍ତି ଏହି କ୍ରମ ରେ ମୟୁରଭଞ୍ଜ ଜିଲ୍ଲା ର କରଞ୍ଜିଆ ଠାରେ ମଧ୍ୟ ଦେଶପ୍ରେମ ଦିବସ ବା ସହିଦ ଦିବସ ପାଳିତ ହୋଇଛି l ଆଜିକାର ଦିନରେ ୧୯୩୧ ମସିହାରେ ଶୁକଦେବ, ରାଜଗୁରୁ, ଓ ଭଗତ ସିଂ ଙ୍କୁ ଲାହୋର ର ଏକ ଅଦାଲତ ଫାଶୀ ଦଣ୍ଡା ଦେଶ ଶୁଣାଇଥିଲେ l ଏହି ଉପଲକ୍ଷେ ପ୍ରତିବର୍ଷ ଚେତନା (ରାଷ୍ଟ୍ର ଚିନ୍ତନ ଓ ଜାଗରଣ ସଂଗଠନ ) ତରଫରୁ “ଦେଶପ୍ରେମ” ଦିବସ ଭାବେ ୧୪ଫେବୃଆରୀ ଟିକୁ ପାଳନ କରାଯାଇ ଆସୁଛି ତିନି ଦେଶ ଭକ୍ତ ଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି l ଏହି କାର୍ଯ୍ୟକ୍ରମରେ ଚେତନାର ସଭାପତି ଆଡଭୋକେଟେ ସଞ୍ଜୟ କୁମାର ସାହୁ,ସମାଜ ସେବୀ ସଚ୍ଚିଦାନନ୍ଦ, ଯୋଗ ଗୁରୁ ବ୍ରଜ କିଶୋର ପଣ୍ଡା, ମହମ୍ମଦ ଫିରୋଜ, ପ୍ରୀୟ ରଂଜନ ଦାଶ, ଆଦିବାସୀ ନେତା ସୁବାସ ଚନ୍ଦ୍ର ହେମ୍ବ୍ରମ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଚନ୍ଦ୍ର ମହାନ୍ତ, ଅଧ୍ୟାପକ ସମ୍ବିତ ପତି, ସୁରେନ୍ଦ୍ର କୁମାର ଅଗରୱାଲ୍, ସାହିତ୍ୟକ ତଥା ଲେଖକ ଡ.ଭାଗବତ ଲେଙ୍କା, ଅଧ୍ୟାପକ ଜନ୍ମେଜୟ ଶତପଥୀ, ସିଦ୍ଧାର୍ଥ ରାୟ, ଭୀମ ସେନ ପାତ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ରବିଦ୍ର ନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟ କ୍ରମରେ ଅବସର ପ୍ରାପ୍ତ ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତ ସଭାପତିତ୍ବ କରିଥିବାବେଳେ ଆଡଭୋକଟେ ସଞ୍ଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନ୍ୟ ଏକ କାର୍ଯ୍ୟକ୍ରମରେ କରଞ୍ଜିଆ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୟୂରଭଞ୍ଜ କୁ ରେଳ ଚଳାଚଳ କ୍ଷେତ୍ରରେ କ୍ରମାଗତ ଅବହେଳା ପାଇଁ କେନ୍ଦ୍ର ସରକାର ଙ୍କୁ ଦାୟୀ କରାଯାଇଥିଲା l ବାଦାମ ପାହାଡ଼ – କେନ୍ଦୁଝର ରେଳ ପଥ ଆକାଶ କଇଆଁ ଚିଲିକା ମାଛ ପରି ଦେଖା ଯାଉ ଥିବାରୁ ଆନ୍ଦୋଳନ ହିଁ ଏକ ମାତ୍ର ପନ୍ଥା ବୋଲି ମତ ପ୍ରକାଶ ପାଇଥିଲା l