ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ନାହିଁ ମୌଳିକ ସୁବିଧା;କାଠ ପୋଲ ଉପରେ ବିତୁଛି ଜିବନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଦେଶ ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାର ଅନେକ ଗ୍ରାମବାସୀ ପାଇନାହାଁନ୍ତି ମୌଳିକ ସୁବିଧା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଶହ ଶହ କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ତଥାପି ଏହାର କୌଣସି ସୁଫଳ ଲୋକେ ପାଉନାହାଁନ୍ତି । ଗମନାଗମନର ସୁବିଧା ନ ଥିବାରୁ ପହଞ୍ôଚ ପାରୁନାହିଁ ସରକାରୀ ଯୋଜନା । ବର୍ଷ ବର୍ଷ ଧରି କଷ୍ଟରେ ବିତୁଛି ଲୋକଙ୍କ ଜୀବନ । ପାହାଡର ଖରସ୍ରୋତା ନାଳ ଉପରେ ଜୀବନକୁ ପାଣି ଛଡାଇ ବିପଦପୁର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ଗ୍ରାମପଞ୍ଚାୟତର ସନ୍ଧିଗାଁ,ତଳଅଁଳାବର,ଉପରଅଁଳାବର ଓ ଚେରୁସାହି ଆଦି ଗ୍ରାମର ଶହ ଶହ ପରିବାର ରହନ୍ତି ଏହି ନାଳ ଆର ପାରିରେ । ନାଳ ପାର ହେବାକୁ ଏହି ଗ୍ରାମବାସୀମାନେ ନିଜେ ନିର୍ମାଣ କରିଛନ୍ତି କାଠ ପୋଲ । ବିପଦ ସଙ୍କୁଳ ଅବସ୍ଥାରେ ପାର ହୋଇଥାନ୍ତି ସେହି ପଲ ଉପରେ । ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇପାରିନି ସ୍ଥାୟୀ ପୋଲଟିଏ । ବର୍ଷ ତମାମ ଯାତାୟତରେ ବାଧା ସୃଷ୍ଟି ହେଉଥିବାରୁ ନିଜସ୍ୱ ଉଦ୍ୟମରେ ଜଙ୍ଗଲରୁ କାଠ ଆଣି ଅସ୍ଥାୟୀ ପୋଲ ନିର୍ମାଣ କରି ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି । ଛାତ୍ର ଛାତ୍ରୀଙ୍କ ସ୍କୁଲକୁ ଯିବା ହେଉ ଅବା ବୁଢାବୁଢୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ବଣ୍ଟନ ସାମଗ୍ରୀ ଆଣିବା ଏପରିକି ଗର୍ଭବତୀ ମହିଳାଙ୍କ ସହ ସ୍ୱାସ୍ଥ୍ୟ ଖରାପ ହେଲେ କେବଳ ଯିବା ଆସିବା ପାଇଁ ଏହି କାଠ ପୋଲ ହିଁ ଭରସା । ସ୍ଥାୟୀ ପୋଲିଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ପଞ୍ଚାୟତସ୍ତରରେ ମଧ୍ୟ ତାଙ୍କୁ ବ୍ୟାପକ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ