ଦେହରେ ନିଆଁ ଲାଗି ଛାତ୍ରୀ ଗୁରୁତର
ଭଞ୍ଜନଗର(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, ସୂଚନା ଅନୁସାରେ ଜିଲୁଣ୍ଡି ଗ୍ରାମର ପୂର୍ଣ୍ଣ ନାୟକଙ୍କ ର ୧୨ ବର୍ଷ ର ଝିଅ, ସପ୍ତମ ଶ୍ରେଣୀ ର ଛାତ୍ରୀ ତୁଳସୀ ନାୟକ ଆଜି ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣ ବଶତଃ ତାଙ୍କ ଡ୍ରେସ ରେ ନିଆଁ ଲାଗି ଯାଇ ଶରୀର ର କେତେକାଂଶ ପୋଡି ଯାଇଛି, ଯାହା ଫଳରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ଦ୍ୱାରା ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି


