ଦେଢ଼ବର୍ଷ ବିତିଲା, ଆବାସ ଯୋଜନା କାମ ସମ୍ପୁର୍ଣ୍ଣ କରୁନି ଠିକାଦାର

ହାଟଡିହି, (ବିକାଶ ବିଶ୍ୱାଳ) :ଦେଢ଼ବର୍ଷ ବିତିଯାଇଥିଲେ ବି ଆବାସ ଯୋଜନା କାର୍ଯ୍ୟ ସମ୍ପୁର୍ଣ୍ଣ କରୁନି ଠିକାଦାର । ଆବାସ ଯୋଜନା ଘର ଅଧା ପନ୍ତରିଆ ଭାବେ ପଡି ରହିଛି । ଏନେଇ ହିତାଧିକାରୀ ଜଣକ ହାଟଡିହି ବ୍ଲକର ବିଡିଓ, କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏହି ବ୍ଲକର ସୋସୋ ଗ୍ରାମର ପ୍ରଣବ ମହାନ୍ତି କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ପତ୍ନୀ ଦିପ୍ତୀଲତା ମହାନ୍ତିଙ୍କ ନାମରେ ସରକାରଙ୍କ ତରଫରୁ ଏକ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା । ସେ ନିମଟାଲ ଲେବୁଲ ପର୍ଯ୍ୟନ୍ତ ଘର କରିଥିବାବେଳେ ଡାକ୍ତରଖାନାରେ ପଡି ଯିବାରୁ ଆଉ ଘରକାମ ଆଗେଇ ନେଇପାରି ନଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ପକ୍ଷରୁ ନିଯୁକ୍ତ ହୋଇଥିବା ମାଇନଙ୍ଗ କର୍ମଚାରୀ ଓ ଏଜେନସି ଏହି ଘର ପରିଦର୍ଶନ କରିବାପରେ ଘରକାମ ସମ୍ପୁର୍ଣ୍ଣ କରିଦେବ ବୋଲି କହି କାମ ଆରମ୍ଭ କଲା । କିନ୍ତୁ ଘରର ଆଉ ଛାତ ପକାଇଲା ନାହିଁ । ଏପରିକି ଆଜକୁ ଦେଢ଼ବର୍ଷ ବିତି ଯାିଥିଲେ ମଧ୍ୟ ଆଜି ଛାତ ପଡିବ କାଲି ପଡିବ ବୋଲି କହି ସମୟ ଗଡାଇ ଚାଲିଛି । ଫଳରେ ହିତାଧିକାରୀଙ୍କ ପରିବାର ରହିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ଖାଲି ଏହି ଗୋଟିଏ ପରିବାର ନୁହଁନ୍ତି ଏହି ପଞ୍ଚାୟତରେ ଅନେକ ପନରିବାର ଏବେ ଏହିପରି ଅବସ୍ଥା ରେ ଅଛନ୍ତି । ଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ପ୍ରଣବ ମହାନ୍ତି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ