ଦୈାଡରେ ହିମା ଦାସ ୧୯ ଦିନରେ ହାସଲ କଲେ ୫ ଟି ଗୋଲ୍ଡ
ନୂଆଦିଲ୍ଲୀ ,ଭାରତର ଧାବିକା ହିମା ଦାସ ବିଦେଶରେ ୪୦୦ ମିଟର ଦୈାଡରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ୧୯ ଦିନ ଭିତରେ ଅନ୍ତରଷ୍ଟ୍ରିୟ ଆଥଲେଟିକ୍ ମିଟରରେ ସାମିଲ ହୋଇ ୧୯ ଦିନ ମଧ୍ୟରେ ହିମା ୪ ଟି ଗୋଲ୍ଡ ହାସଲ କରିଥିବା ସମୟରେ ଏଥର ୪୦୦ ମିଟର ଦୈାଡରେ ଗୋଲ୍ଡ ମେଡାଲ ହାସଲକରି ଆଉ ଏକ ପାଦ ଆଗେଇଛନ୍ତି । ଚେକ୍ ରିପବ୍ଲିକ୍ରେ ହେଉଥିବା ଅନ୍ତରଷ୍ଟ୍ରିୟ ଦୈାଡରେ ୫୨.୯ ସେକେଣ୍ଟ ସମୟ ଚଳିତ ମାସରେ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହିମା । ୧୯ ବର୍ଷର ହିମା ପୂର୍ବ ବର୍ଷ ଏପ୍ରିଲ ମାସରେ ପିଠିରେ ଆଘାତ ଯୋଗୁଁ ସେ ଖେଳରୁ ଓହରିଯାଇଥିଲେ । ୨୦୧୯ ରେ ସେ ବିଦେଶରେ ଦୈାଡରେ ଭାଗନେଇ ୫ ଟି ପଦକ ହାସଲ କରିଛନ୍ତି ।