ଦୋକାନରୁ ମୋବାଇଲ୍ ଚୋରୀ କରିନେଲା ଲୁଟେରା

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଛେନାପଦି ଛକର ଟାଙ୍କି ବଜାରରେ ଥିବା ଏକ ଦୋକାନରୁ ଗତକାଲି ଦିନ ୨ଟା ବେଳେ ମୋବାଇଲ ଲୁଟି ନେଇଛି ଜଣେ ଲୁଟେରା। ଏନେଇ ଦୋକାନ ମାଲିକ ଦେବେନ୍ଦ୍ର ବରାଳ ନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଦେବେନ୍ଦ୍ର ଖାଇସାରି ଦୋକାନ ଭିତରେ ଶୋଇଥିବା ବେଳେ ଲୁଟେରା ଜଣକ ଦୋକାନ ଭିତରକୁ ପଶିଯାଇ ମୋବାଇଲ୍ ଟିକୁ ନେଇ ପଳାଇଥିଲା। ଲୁଟ ବେଳର ସି ସି କ୍ୟାମେରାରେ ହୋଇଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଏ ଜଣେ ପେଶାଦାର ମୋବାଇଲ ଲୁଟେରା ବୋଲି ଜଣା ପଡିଛି। ତାର ଘର କୋରେଇ ଥାନା କନ୍ତର ଅଞ୍ଚଳର ବୋଲି ସୂଚନା ମିଳିଛି। ଲୁଟେରା ଜଣକ ଗତକାଲି ଆନନ୍ଦପୁର ଅଞ୍ଚଳରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିଲା। ସେ ଅନ୍ୟ ଏକ ଲୁଟ ମୋବାଇଲକୁ ବିକିବାକୁ ବସିଥିବା ବେଳେ ଚୋରା ମୋବାଇଲ ବୋଲି ସନ୍ଦେହ କରି ମାଡ ଦେବା ପରେ ସେ ଲୁଟେରା ବୋଲି କହିଥିଲା। ଆନନ୍ଦପୁର ରୂ ଫେରିବା ବାଟରେ ଛେନପଦି ଛକରେ ଏହି ଲୁଟ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ