ଦୋକାନରୁ ଲକ୍ଷାଧିକ ଟଙ୍କା ଲୁଟ୍
କୋଦଳା , (ଯୁଗାବ୍ଦ ନୁ୍ୟଜ୍) : ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗୀ ରୋଡରେ ଥିବା ଇଲେକ୍ଟ୍ରିକାଲ,ଓ ଫଟୋ ଷ୍ଟୁଡିଓ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୁଇ ଦୋକାନରୁ ଲକ୍ଷାଧିକ ଟଙ୍କା ଜବତ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଆଜି ସକାଳେ ଷ୍ଟୁଡିଓ ମାଲିକ ମନୋଜ ଗୁରୁ ଓ ଇଲ୍କେ୍ଟ୍ରିକାଲ ଦୋକାନର ମାଲିକ ରାଜେଶ ମହାନ୍ତି ଦୋକାନକୁ ଖୋଲିବାକୁ ଆସିଥିବା ବେଳେ ତାଲା ଭାଙ୍ଗିଥିବା ସହ ଜିନିଷ ପତ୍ର କିଛି ପଡିଥିଲା । ଏହା ପରେ ଦୁଇ ମାଲିକ କୋଦଳା ଥାନା ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେସ ନଂ ୨୪୧/୧୯ ରେ ଏକ ମାମଲା ରୁଜୁ କରିଛି ।


