ଦୋକାନରୁ ସାମଗ୍ରୀ ଚୋରି
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଗୁରବାର ବିଳମ୍ବିତ ରାତ୍ରିରେ ବନ୍ତ ବ୍ଳକ ଗଣିଜାଙ୍ଗ ବଜାରରେ ଥିବା ଏକ ପାନ ଦୋକାନରୁ ଦୃବୁର୍ତ୍ତମାନେ କବାଟ ଭାଂଗି ବହୁ ସାମଗ୍ରୀ ଓ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗଣିଜାଙ୍ଗ ବଜାରରେ ପାନ ଦୋକାନ କରିଥିବା ହରିହର ପଣ୍ଡା ଗୁରବାର ରାତି ୯ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଶୁକ୍ରବାର ସକାଳେ ଦୋକାନ ଖୋଲିବାକୁ ଆସି ଦେଖିବା ବେଳକୁ ତାଙ୍କ ଦୋକାନ କବାଟର ଚାବି ଭଂଗା ଯାଇ ଦୋକାନ ଭିତରୁ ବହୁ ସାମଗ୍ରୀ ଓ ନଗଦ ଟଙ୍କା ଚୋରି ହୋଇଛି । ଏଥିସହ ସେ ସକାଳେ ଜାଣିବାକୁ ପାଇଲେ ଯେ, ବଜାରର କିଛି ଲୋକ ସନ୍ଦେହ କରି ଦୁଇ ଜଣ ପିଲାଙ୍କୁ ଧରିଛନ୍ତି । ସେମାନଙ୍କ ଠାରୁ କିଛି ଟଙ୍କା ଓ ସାମଗ୍ରୀ ଜବତ ହୋଇଛି । ଏସଂପର୍କରେ ହରିହର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ଅପରପକ୍ଷେ ଗଣିଜାଙ୍ଗ ବଜାରରେ କ୍ରମାଗତ ଭାବେ ଚୋରି ଲାଗି ରହିଥିବା ବେଳେ ଚୋରି ରାକେଟର ପତ୍ତା ପୋଲିସ ପାଉନାହିଁ । ଏପରିସ୍ଥଳେ ଏହି ବଜାରେ ବିଭିନ୍ନ ଚୋରି ଘଟଣାରେ ନାବାଳକ ମାନେ ସଂପୃକ୍ତ ଥିବା ନେଇ ଆଜିର ଚୋରି ଘଟଣାରୁ ଅନୁମାନ କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।