ଦୋକାନୀଙ୍କ ଠାରୁ ସୁନା ଲୁଟ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ହେବ ଲୁଟେରା ମାନେ ଲୁଟି ଚାଲିଛନ୍ତି,ଏହି ଲୁଟ ଘଟଣା ବାମମ୍ବାର ଘଟୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ବାଲେଶ୍ୱର ଜିଲା ଅନ୍ତର୍ଗତ ରୁଷ ଗାଁର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁବୃତ ମାନେ ତାଙ୍କ ଠାରୁ ସୁନା ,ରୂପା,ଓ ନଗଦ କିଛି ଟଙ୍କା ଲୁଟ ହୋଇଛି ବୋଲି ରବିବାର ଦିନ ଜଣାପଡ଼ିଛି। ଗହଣା ଦୋକାନୀଙ୍କ ନାମ ହେଉଛି ସୁଦର୍ଶନ ରାଣା। ଦୁର୍ବୃତ୍ତମାନେ ତାଙ୍କ ଠାରୁ ପ୍ରାୟ ୮୦ ଗ୍ରାମ ସୁନା, ଚାରି କିଲୋ ରୂପା ଓ ନଗଦ ୧୩ ହଜାର ଟଙ୍କା ଲୁଟ କରିଛନ୍ତି । ଦୁଇ ବାଇକରେ ପ୍ରାୟ ୬ଜଣ ଡ଼କାୟତ ସୁଦର୍ଶନଙ୍କ ଠାରୁ ଏହି ବଡ଼ ଧରଣର ଲୁଟ କରିଛନ୍ତି,ଏହି ଘଟଣା ବାରମ୍ବାର ଘଟି ଥିବା ଯୋଗୁଁ ଦୋକାନୀ ଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି|


