ଦୋକାନୀ ମାଲିକଙ୍କୁ ଦାଦାବଟି ଓ ହତ୍ୟା ଧମକ ଘଟଣା : ଯୁବକ ଗିରଫ

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପୌରାଂଚଳ ବିଜୁ ପଟ୍ଟନାୟକ ଛକ ସ୍ତିତ ଏକ ଡ଼୍ରେସ ଦୋକାନ ମାଲିକଙ୍କୁ ଦାଦାବଟି ମାଗିବା ସହ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ଘଟଣାରେ ହିଂଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ଜାହାଡ଼ା ଗ୍ରାମର ରାଜେଶ କୁମାର ବେବର୍ତା(୩୨) । ଏ ନେଇ ହିଂଜିଳି ଥାନା ନଂ- ୫୯/୨୦ରେ ଏକ ମାମଲା ରୁଜୁ ହୋଇଥିବା ଥାନା ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ଯୁବକ ଜଣକ ଡ଼୍ରେସ ଦୋକନକୁ ଯାଇ ଡ଼୍ରେସ ନେବା ପରେ ଦୋକାନି ମାଲିକ କୃଷ୍ଣଚନ୍ଦ୍ର ପଣ୍ଡା ଡ଼୍ରେସ ବାବଦରେ ଟଙ୍କା ମାଗିବାରୁ ଦୋକାନ ମାଲିକଙ୍କୁ ମାଡ଼ ମାରିବା ସହ ଏହା ଦାଦାବଟି ଏବଂ ଭବିଷ୍ୟତରେ ଅଧିକ ଦାଦାବଟି ଦେବୁ ନଚେତ ମାରିଦେବା ପାଇଁ ଧମକ ଦେଇଥିଲା । ଦୋକାନୀ ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ପୋଲିସ ଏକ ମାମଲା ରଜୁ କରି ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ