ଦୋକାନ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବା ନେଇ ତହସିଲଦାରଙ୍କୁ ଦାବୀ ପତ୍ର ଦେଲେ ବ୍ୟବସାୟୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛକ ଠାରୁ କେନାଲ ଛକ ପର୍ଯ୍ୟନ୍ତ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ପ୍ରଶାସନ ପକ୍ଷରୁ ଦୋକାନ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବା ନେଇ ବଜାରର ସମସ୍ତ ବ୍ୟବସାୟୀ ମାନେ ତହସିଲଦାର ଅଙ୍କିତା ବାରିକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବନ୍ତ ବଜାର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ ଗତ ୨ ବର୍ଷ ମଧ୍ୟରେ ସମ୍ପ୍ରସାରିତ ହୋଇଥିଲେ ମଧ୍ୟ ସେଥିରେ ଭାରୀଯାନ ଚଳାଚଳକୁ ବନ୍ଦ କରାଯାଇନାହିଁ । ଅପରପକ୍ଷେ ବଜାର ରାସ୍ତା ମଧ୍ୟରେ ଡିଭାଇଡର ନିର୍ମାଣ କରାଯାଇ ରାସ୍ତାକୁ ସଙ୍କୁଚିତ କରାଯାଇଛି । ଫଳରେ ବଜାର ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଏପରିପେକ୍ଷୀରେ ପ୍ରଶାସନ ଡିଭାଇଡରକୁ ନଭାଙ୍ଗି ରାସ୍ତା ପାଶ୍ୱର୍ରେ ଉଠା ଦୋକାନ କରି ଜୀବିକା ନିର୍ବାହ କରୁଥିବା ଦୋକାନୀ ମାନଙ୍କ ଉପରେ ଦାଉ ସାଜୁଛି । ବଜାର ଅଞ୍ଚଳର ଉଠା ଦୋକାନୀ ମାନଙ୍କୁ ଥଇଥାନ କରାନଯାଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପକୁ ବ୍ୟବସାୟୀ ମାନେ ବିରୋଧ କରିଛନ୍ତି । ଏଭଳି ନିଷ୍ପତ୍ତିକୁ ପ୍ରଶାସନ ପ୍ରତ୍ୟାହାର ନକଲେ ବ୍ୟବସାୟୀ ମାନେ ବାଧ୍ୟ ହୋଇ ତହସିଲ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବ୍ୟବସାୟୀ ମାନେ ଜିଲାପାଳ, ଥାନାଧିକାରୀ, ବନ୍ତ ସରପଞ୍ଚଙ୍କୁ ମଧ୍ୟ ଲିଖିତ ଅବଗତ କରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ