ଦୋକାନ ଉପରେ ମାପ ଓଜନ ବିଭାଗର ଡଢାଉ
ଭୂବନେଶ୍ୱର-ଶନିବାର ମାପ ଓଜନ ବିଭାଗ ରାଜ୍ୟର ୬ ଟି ପ୍ରମୁଖ ସହରରେ ଗଢିଉଠିଥିବା ସୁନା ଓ ଅଳଙ୍କାର ଦୋକାନ ଉପରେ ଚଢାଉକରି ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନ ଆଦୟ କରିଛି ଜଣାପଡିଛି ।ସୂଚନା ଅନୁସାରେ ରାଜଧାନୀ ଭୂବନେଶ୍ୱରର ୮ ଟି ପ୍ରତିଷ୍ଠିତ ସୁନା ଦୋକାନ ବୈଧମାପ ଓଜନର ନିୟମ ମାନୁନଥିବା ଦେଖାଦେଇଛି । ଏଥିପାଇଁ ଏହି ଦୋକାନ ଗୁଡିକ ଠାରୁ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏବଂ ଏହା ସହ ଓଜନରେ ଗ୍ରାହକ ମାନଙ୍କୁୁ ଠକୁଥିବା ଅଳଙ୍କାର ଦୋକାନ ଗୁଡିକ ହେଲା ଚନ୍ଦ୍ରଶେଖରପୁର ଅଂଚଳର ଟନିସ୍କ, ରିଲାଏନ୍ସ, ମାଷ୍ଟରକ୍ୟାଂଟିନର ସେନକୋ ଗୋଲ୍ଡ ଟେକ୍ , କଟକର ଇପାରୀ ଗୋବିନ୍ଦ ଆଣ୍ଡ ସନ୍ସ, ଜ୍ୟୋସ୍ନା ଅଳଙ୍କାର ଭଣ୍ଡାର, ଅନୀତା ଜୁଏଲର୍ସ ସମେତ ସଂବଲପୁରର ନିଉ ପାୟଲ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶକ ଜୁଏଲର୍ସ , ବଡବଜାରକୁ କମ୍ପାଉଣ୍ଡିଂ ନୋଟିସ ଜାରି ହୋଇଛି ।ବ୍ରହ୍ମପୁର ଓ କଟକରେ ୮ଟି ଲେଖାଏଁ, ରାଉରକେଲାରେ ୪ଟି ଦୋକାନରେ ଚଢଉ ହୋଇଛି ।


