ଦୋକାନ ଖୋଲୁ ଖୋଲୁ ଟଳିପଡିଲେ ବ୍ୟବସାୟୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଦୋକାନ ଖୋଲୁ ଖୋଲୁ ଟଳି ପଡିଛନ୍ତି କେନ୍ଦ୍ରାପଡାର ପ୍ରସିଦ୍ଧ ଜଳଖିଆ (ଦୋକାନୀ) ବ୍ୟବସାୟୀ ନିତ୍ୟାନନ୍ଦ ପୃଷ୍ଟି । ପ୍ରତିଦିନ ଭଳି କେନ୍ଦ୍ରାପଡା ସାନମଙ୍ଗଳା(ଇଶ୍ୱରପୁର)ସ୍ଥିତ ତାଙ୍କ ଜଳଖିଆ ଦୋକାନ ଖୋଲୁ ଖୋଲୁ ସେ ହଠାତ ତଳେ ପଡିଯାଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଦୋକାନର କରଞ୍ଜି, ପେଡା, ଗୋଲାପଜାମୁ, ଛେନାପୋଡ, ନିମିକି ପ୍ରଭୃତିର ସ୍ୱତନ୍ତ୍ର ସ୍ୱାଦ ସାରା ସହରରେ ଲୋକମାନଙ୍କୁ ଆକର୍ଷିତ କରିଆସୁଥିଲା । ଖାଦ୍ୟ ଠାରୁ ଆରମ୍ଭ କରି ଖାଦ୍ୟକୁ ସାଇତି ରଖିବା ସ୍ଥାନ ଏବଂ ବସି ଖାଇବା ସ୍ଥାନକୁ ସଫା ସୁତରା ତଥା ପରିସ୍କାର ପରିଛନ୍ନତା ରଖିବାକୁ ସେ ଅଧରକ ଗୁରୁତ୍ୱ ଦେଉଥିବାରୁ ଗରାଖମାନଙ୍କ ମନକୁ ସେ କିଣି ନେଉଥିଲେ । ସହରର ଇଛାପୁର ଠାରେ ତାଙ୍କ ଘର ହୋଇଥିବା ବେଳେ ଇଶ୍ୱରପୁର ସାନମଙ୍ଗଳା ବଜାରରେ ପ୍ରାୟ ୪୦ବର୍ଷ ଧରି ସେ ଗ୍ରାହକମାନଙ୍କୁ ସୁଦ୍ଧ ନିରାମିଷ ଜଳଖିଆରେ ଆପ୍ୟାୟିତ କରି ଆସୁଥିଲେ । ଦୋକାନୀ ନିତ୍ୟାନନ୍ଦଙ୍କ ଆବର୍ତ୍ତମାନ ଆଜି ଶହ ଶହ ନିତ୍ୟାନନ୍ଦ ପ୍ରେମୀଙ୍କୁ ଦୁଃଖିତ କରିଦେଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଆଜି କେଶପୁର ବଜାରକୁ ବନ୍ଦ କରି ଦେଇଛନ୍ତି ଇଶ୍ୱରପୁର ସାନମଙ୍ଗଳା ବଜାରର ବ୍ୟବସାୟୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ