ଦୋକାନ ଘର ପୋଡି ଦେଲେ ଦୃବୁର୍ତ୍ତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ବିଳମ୍ବିତ ରାତ୍ରରେ ବନ୍ତ ତହସିଲ ନିଳୋକ ପଞ୍ଚାୟତ ଅଧିନ ତଥା ନିଳୋକ-ଛତାବର ରାସ୍ତାର ଭଣ୍ଡାରଗଢିଆ ଛକ ଠାରେ ଥିବା ୨ ବଖରା ଦୋକାନ ଘରକୁ ଦୃବୁର୍ତ୍ତ ମାନେ ପୋଡି ଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ଭଣ୍ଡାରଗଢିଆ ଗ୍ରାମର ଅଭିମନ୍ୟୁ ରାଉତଙ୍କର ଭଣ୍ଡାରଗଢିଆ ଛକ ଠାରେ ୨ ବଖରା ଦୋକାନ ଘର ଥିବା ବେଳେ ସେଥିରେ ସେ ଭେରାଇଟ୍ ଷ୍ଟୋର କରିଥିଲେ । ସବୁ ଦିନ ପରି ସେ ଶନିବାର ରାତି ୯ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଭୋର ୪ଟା ସମୟରେ ସେ ଦୋକାନ ଖୋଲିବାକୁ ଆସି ଦେଖନ୍ତି ତ ତାଙ୍କ ଦୋକାନ ଘରେ କେହି ନିଆଁ ଲଗାଇ ଦେଇଛନ୍ତି । ସେହି ସମୟ ମଧ୍ୟରେ ବନ୍ତ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ସେଠାରେ ପହଞ୍ôଚ ଥିଲେ । ସେତେବେଳକୁ ଦୋକାନ ଘରଟି ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ଏକ କମ୍ପ୍ୟୁଟର, ଗୋଟିଏ ଗ୍ୟାସ୍, ୩ଟି ଫ୍ୟାନ୍ ସମେତ ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଘଟଣାରେ ୨ ଜଣ ବ୍ୟକ୍ତି ସଂପୃକ୍ତି ଥିବା ନେଇ ଦୋକାନ ମାଲିକ ସନ୍ଦେହ କରି ପୋଲିସକୁ କହିଛନ୍ତି । ପୋଲିସ ଉକ୍ତ ଘଟଣାରେ ତଦନ୍ତ କରୁଥିବା ସୂଚନା ମିଳିଛି ।