ଦୋକାନ ପୋଡି ଦେଲେ ଦୁର୍ବୃତ୍ତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତା କଡରେ ଥିବା ଏକ ରାସନ ଦୋକାନ କୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇ ଥିବା ଅନୁମାନ କରାଯାଉଛି। ଦୋକାନ ରେ ଥିବା ବହୁ ମୂଲ୍ୟବାନ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଯାହାର ଆନୁମାନିକ ମୁଲ୍ୟ ୫୦ -୬୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସଠିକ ଭାବରେ ଜଣାପଡିନାହିଁ।


