ଦୋକାନ ବନ୍ଦ କରିବାକୁ ନେଇ ବଚସା ଘଟଣାରେ ୨ ଥାନାରେ ଅଟକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡିତ ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଶନିବାର କେନ୍ଦ୍ରାପଡାରେ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନ ଅବସରରେ ବିଜେପି ପକ୍ଷରୁ ବାହାରିଥିବା ଏକ ଶୋଭାଯାତ୍ରା କେନ୍ଦ୍ରାପଡା ସହର ପରିକ୍ରମା କରୁଥିବା ବେଳେ ପୁରୁଣା ଜେଲ ରୋଡ ନିକଟରେ ଜନୈକ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦୋକାନ ବନ୍ଦ କରିବାକୁ କହିବାରେ ଶୋଭାଯାତ୍ରାକାରୀ ୨ଜଣ ଯୁବକ ଓ ଦୋକାନିଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେହି ୨ଜଣ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିବା ଟାଉନ ଥାନା ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ