ଦୋକାନ ଯାଂଚ ବେଳେ ବାହାରିଲା ଦେଶୀ ବିଦେଶୀ ମଦ ; ଦୋକାନ ସିଲ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା) : କରୋନା ପାଇଁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଜିଲ୍ଲାରେ ଶନିବାର ଓ ରବିବାର ୨ଦିନ ସାପ୍ତାହିକ ସଟଡାଉନ୍ ଜାରି ରହିଛି । ଏହି ସମୟରେ ଜନସାଧାରଣ ସଟ୍‌ଡାଉନ୍ ନିୟମ କଡାକଡି ପାଳନ କରିବା ନେଇ ଗତକାଲି ବ୍ଳକର ବିଭିନ୍ନ ଗ୍ରାମକୁ ବୁଲି ତଦାରଖ କରୁଥିଲେ ବିଡ଼ିଓ ଅନୀଲ କୁମାର ସେଠୀ। ଜିଲୁଣ୍ଡି ଗ୍ରାମରେ ଖୋଲାଥିବା ଦୋକାନ ବନ୍ଦ କରିବା ସହ ନିକଟସ୍ଥ ସ୍କୁଲ୍‌ରେ ଚାଲିଥିବା କୋଭିଡ ପରୀକ୍ଷା କରିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ। ଜିଲୁଣ୍ଡି ଗ୍ରାମ ଭିତରେ ଖୋଲାଥିବା କିଛି ଦୋକାନ ବନ୍ଦ କରିବା ପରେ ମୁଖ୍ୟ ସଡ଼କ କଡ଼ ଖୋଲାଥିବା ଏକ ଦୋକାନରେ ଚଢଉ କରିଥିଲେ। ଚଢଉ ସମୟରେ ଦୋକାନ ମାଲିକଙ୍କ ସମେତ ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ। ହଠାତ୍ ସମସ୍ତେ ଦୌଡି ପଳାଇଥିବାରୁ ଉପସ୍ଥିତ କର୍ମଚାରୀମାନେ ଘଟଣା ବିଷୟରେ କିଛି ବୁଝି ପାରିନଥିଲେ। ଏହାପରେ ଦୋକାନ ଭିତରେ ଅନୁଧ୍ୟାନ କରି ଦେଖିବା ପରେ ଦୁଇଟି ବ୍ୟାଗରେ ଦେଶୀ ମଦ ରହିଥିବା ସହ କିଛି ବିଦେଶୀ ମଦ ବୋତଲ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ବିଡ଼ିଓ ଶ୍ରୀ ସେଠୀ ଦେଶୀ ମଦ ପାଉଚ୍, କିଛି ବିଦେଶୀ ମଦ ବୋତଲ ସହ ଦୋକନରେ ଥିବା ଜର୍ଦ୍ଦା ପୁଡିଆ ମଧ୍ୟ ଜବତ କରିଥିଲେ। ଏହା ପରେ ଉକ୍ତ ଦୋକାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ